ETV Bharat / state

Hockey World Cup Tour: ଉଦଘାଟନୀ ପୂର୍ବରୁ କଟକ ପରିକ୍ରମା କଲା ବିଶ୍ୱକପ ଟ୍ରଫି - ହକି ବିଶ୍ବକପ

ପୁରୁଷ ହକି ବିଶ୍ବକପ-୨୦୨୩ର ଉଦଘାଟନୀ ଉତ୍ସବ ପୂର୍ବରୁ ଆଜି କଟକ ପରିକ୍ରମା କଲା ବିଶ୍ୱକପ ଟ୍ରଫି । ସହରର ପ୍ରତ୍ୟେକ ଛକରେ ଏହି ଟ୍ରଫି ପରିକ୍ରମା କରିବା ପରେ ମଧ୍ୟାହ୍ନ ୧୨.୩୦ରେ ବାରବାଟୀ ପହଞ୍ଚିବ । ଅଧିକ ପଢନ୍ତୁ

Hockey World Cup Tour
Hockey World Cup Tour
author img

By

Published : Jan 11, 2023, 12:23 PM IST

Hockey World Cup Tour

କଟକ: ବିଶ୍ବ ହକି ମହାକୁମ୍ଭ ତଥା ସିନିୟର ପୁରୁଷ ହକି ବିଶ୍ବକପ-୨୦୨୩ର ଉଦଘାଟନୀ ଉତ୍ସବ ବୁଧବାର କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ଆଜି(ବୁଧବାର) ସହରର ପ୍ରତ୍ୟକ ଛକରେ ବୁଲିଲା ହକି ବିଶ୍ବକପ (Hockey World Cup Trophy Tour)। ପ୍ରଶାସନିକ ଅଧିକାରୀ ଓ ବିଧାୟକଙ୍କ ଉପସ୍ଥିତିରେ ବିଶ୍ୱକପ ଟ୍ରଫିକୁ ଭ୍ରମଣ କରାଯାଇଛି ।

ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ କଟକ କନ୍ଦରପୁରଠାରୁ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରିବା ପରେ ସୁରକ୍ଷା ଭିତରେ ଟ୍ରଫିକୁ ଅଣାଯାଇ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରଖାଯାଇଥିଲା । ଆଜି ସକାଳୁ ତଳ ବାଲିଯାତ୍ରା ପଡ଼ିଆର କଟକ ଇନ କଟକ ପରିସର ଭିତରୁ ହକି ବିଶ୍ୱକପକୁ ଫ୍ଲାଗ ଅଫ କରାଯାଇଥିଲା । ଏହା ପରେ ଟ୍ରଫିକୁ ସହର ପରିକ୍ରମା କରାଯାଇଛି । ତଳ ବାଲିଯାତ୍ରାରୁ ବିଶ୍ୱକପ ବାହାରି ଷ୍ଟାଡିୟମ ଦେଇ କ୍ୟାମବ୍ରିଜ ସ୍କୁଲ, ଚଣ୍ଡୀ ମନ୍ଦିର, ଶୈଳବାଳା ମହିଳା ମହାବିଦ୍ୟାଳୟ, ସମାଜ ଅଫିସ, ବକ୍ସି ବଜାର, ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ, କଦମ ରସୁଲ, ଚୌଧୁରୀ ବଜାର, ନୟାସଡ଼କ, ବାଲୁ ବଜାର, ହାଇକୋର୍ଟ, ରେଭେନ୍ସା କଲିଜିଏଟ ସ୍କୁଲ, ବେଲଭ୍ୟୁ ଛକ, ସିଡିଏ ସେକ୍ଟର ୯ ଶିଶୁ ମନ୍ଦିର, ରୋଟାରୀ ଆଇ ହସ୍ପିଟାଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଙ୍ଗଳାବାଗ, ମାତା ମଠ ଦେଇ ବାରବାଟି ଷ୍ଟାଡିଅମରେ ପହଞ୍ଚିବ ଟ୍ରଫି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ସତ୍ତା ହରାଉଛି କଂଗ୍ରେସ ! ନେତୃତ୍ବର ଶୂନ୍ୟସ୍ଥାନ ରହିଛି କହିଲେ ରାଜନୀତି ସମୀକ୍ଷକ

ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି, " ମଙ୍ଗଳବାର ରାତିରେ କନ୍ଦରପୁରରୁ ଟ୍ରଫିକୁ ଗ୍ରହଣ କରିଥିଲୁ । ଏହାପରେ ଆଜି ସକାଳୁ ଟ୍ରଫିକୁ କଟକ ପରିକ୍ରମା କରାଯାଉଛି । କଟକ ଇନ କଟକ ପରିସରରୁ ଆମେ ଏହାର ଆରମ୍ଭ କରିଛୁ । ବହୁତ ମାତ୍ରାରେ ଲୋକେ ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ । ଆମକୁ ଦେଖି ବହୁତ ଖୁସି ଲାଗୁଛି । ସହରର ପ୍ରତ୍ୟକ ଛକ ଭ୍ରମଣ ପରେ ମଧ୍ୟାହ୍ନ ୧୨.୩୦ ବାରବାଟି ଷ୍ଟାଡିଅମରେ ପହଞ୍ଚିବ । ଏହା ଆମ କଟକ ପାଇଁ ଏକ ଗର୍ବର ବିଷୟ । "

ଏହା ମଧ୍ୟ ପଢନ୍ତୁ: Hockey World cup: ହକି ଉଦଘାଟନୀ ମହୋତ୍ସବ, ଝୁମିବେ ରାଜ୍ୟବାସୀ

ପ୍ରକାଶଥାଉକି, ଆଜି ଅପରାହ୍ନ ୩ ଟାରୁ କଟକର ବାରବାଟି ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଉଦଘାଟନ ହେବ । ମନୋରଞ୍ଜନ ଏବଂ କଳାର ମିଶ୍ର ପ୍ରଦର୍ଶନରେ ବିଶ୍ବ ଦରବାରରେ ପ୍ରତିଫଳିତ ହେବ ଓଡିଶାର ପ୍ରତିଛବି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.