କଟକ: ଚଳିତବର୍ଷ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା। ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାର ଉଦଘାଟନ କରିଛନ୍ତି। ମହାନଦୀରେ ବୋଇତରେ ଆସି ବାଲିଯାତ୍ରା ଉଦଘାଟନ କରିଛନ୍ତି ବାଚସ୍ପତି। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାରବାଟୀ ବିଧାୟକ ମହମ୍ମଦ ମୋକିମ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଏବଂ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ ପ୍ରମୁଖ ଏ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହା ସହିତ ଜିଲ୍ଲାର ସମସ୍ତ ବିଧାୟକ ମଧ୍ୟ ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ