ETV Bharat / state

ଦାନ ରଥ କାଠକୁ ମାଂସ କାଟିବାରେ ବ୍ୟବହାର କରାଯାଉଥିବା ହିନ୍ଦୁ ସେନାର ଅଭିଯୋଗ

author img

By

Published : Jun 30, 2022, 9:54 PM IST

ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଭକ୍ତ ମାନଙ୍କ ଦ୍ବାରା ଦାନରେ ଆସୁଥିବା କାଠକୁ ମାଂସ ଦୋକାନରେ ମାଂସ କାଟିବାରେ ବ୍ୟବହାର କରିବା ପାଇଁ ବିକ୍ରି କରାଯାଇଥିବା ଅଭିଯୋଗ ଆଣିଛି ହିନ୍ଦୁ ସେନା । ଅଧିକ ପଢନ୍ତୁ

ଦାନ ରଥ କାଠକୁ ମାଂସ କାଟିବାରେ ବ୍ୟବହାର କରାଯାଉଥିବା ହିନ୍ଦୁ ସେନାର ଅଭିଯୋଗ
ଦାନ ରଥ କାଠକୁ ମାଂସ କାଟିବାରେ ବ୍ୟବହାର କରାଯାଉଥିବା ହିନ୍ଦୁ ସେନାର ଅଭିଯୋଗ

କଟକ: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଭକ୍ତ ମାନଙ୍କ ଦ୍ବାରା ଦାନରେ ଆସୁଥିବା କାଠକୁ ମାଂସ ଦୋକାନରେ ମାଂସ କାଟିବାରେ ବ୍ୟବହାର କରିବା ପାଇଁ ବିକ୍ରି କରାଯାଇଛି । ଏହି ଅଭିଯୋଗ ଆଣିଛି ହିନ୍ଦୁସେନା । ଯେତେବେଳେ ରଥ ନିର୍ମାଣ ପାଇଁ କାଠ ଆସେ, ସେହି କାଠକୁ ବହୂ ପୂଜାର୍ଚ୍ଚନା ସହ ପବିତ୍ର କରାଯାଇ ରଥ ନିର୍ମାଣ କରାଯାଏ । ମାତ୍ର ସେହି କାଠକୁ ମାଂସ ଦୋକାନରେ ବ୍ୟବହାର ପାଇଁ ବିକ୍ରି କରାଯାଇ ଯେଉଁ ଘୃଣ୍ୟ କାମ କାମ କରାଯାଇଛି, ଯାହା ସୋସିଆଲ ମିଡିଆରେ ଭାଇରଲ ହୋଇଛି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ରାଜ୍ୟ ହିନ୍ଦୁସେନା ସଭାପତି ଦେବାଶିଷ ରାଉତ ।

ତେବେ ଏହାଦ୍ୱାରା ମହାପ୍ରଭୁଙ୍କ ଅପମାନ ହେବା ସହିତ କୋଟିକୋଟି ଜଗନ୍ନାଥ ଭକ୍ତଙ୍କ ମନରେ ଆଘାତ ପହଞ୍ଚାଇଛି । ଯାହାକୁ କଡା ବିରୋଧ କରିଛି ହିନ୍ଦୁ ସେନା । ଆଜି(ଗୁରୁବାର) କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାଂସ ଦୋକାନୀକୁ କାଠ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ସଙ୍ଗଠନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.