ETV Bharat / state

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ, ସୁପରମାର୍କେଟ ସିଲ୍ - super market sealed

କଟକ ଜିଲ୍ଲାର ହିନ୍ଦ ସିନେମା ହଲ ସୁପରମାର୍କେଟକୁ ସିଏମସି ସିଲ କରିଛି । ଅଧିକ ପଢନ୍ତୁ...

କୋଭିଡ ନିୟମ ଉଲ୍ଲଘଂନ ପଡିଲା ମହଙ୍ଗା, ସୁପରମାର୍କେଟ ସିଲ

author img

By

Published : Mar 25, 2021, 1:59 PM IST

କଟକ: ଜିଲ୍ଲାରେ କୋଭିଡ଼ ନିୟମକୁ ଉଲ୍ଲଂଘନ କରିବା ମହଙ୍ଗା ପଡିଛି । କଟକ ମହାନଗର ନିଗମ ହିନ୍ଦ ସିନେମା ହଲ ସୁପର ମାର୍କେଟକୁ ସିଲ କରିଛି । ଜିଲ୍ଲାରେ ସଂକ୍ରମଣରେ ବୃଦ୍ଧି ଘଟୁଥିବାରୁ ସିଏମସି ପକ୍ଷରୁ ଜିଲ୍ଲାରେ କୋଭିଡ ଉଲ୍ଲଂଘନ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ।

ଏହି ମାର୍କେଟରେ ଲୋକମାନେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିବାରୁ ସିଏମସି ଏହି ପଦକ୍ଷେପ ଗ୍ରହଣ କରିଛି । ସିଏମସି ଉପସ୍ଥତିରେ ଏହି ସୁପରମାର୍କେଟକୁ ସିଲ କରାଯାଇଛି । ସେପଟେ ରାଜ୍ୟ ସମେତ ଜିଲ୍ଲାରେ ମଧ୍ୟ କୋଭିଡ ସଂକ୍ରମଣରେ ବୃଦ୍ଧି ଘଟିଛି । ଗତ 24 ଘଣ୍ଟାରେ ଜିଲ୍ଲାରେ ନୂଆ 10 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ରେଭେନ୍ସା ବିଶ୍ବବିଦ୍ୟାଳୟର ହଷ୍ଟେଲରେ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁଣି କୋରୋନାର ଅଣାୟତ୍ତ ସ୍ଥିତିକୁ ଏଡାଇବା ପାଇଁ ସହରରେ ସିଏମସି କଡାକଡି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.