ETV Bharat / state

ହାତୀ କରିଡର ମାମଲା: NGTଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

author img

By

Published : May 5, 2023, 7:33 AM IST

ହାଇକୋର୍ଟରେ ହାତୀ କରିଡର ମାମଲା । ବିଜ୍ଞପ୍ତି ଜାରି ପାଇଁ NGTଙ୍କ ଆଦେଶ ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟରେ ହାତୀ କରିଡର ମାମଲା ଶୁଣାଣି
ହାଇକୋର୍ଟରେ ହାତୀ କରିଡର ମାମଲା ଶୁଣାଣି

କଟକ: ହାତୀ କରିଡର ସମ୍ପର୍କରେ ବିଜ୍ଞପ୍ତି ନେଇ NGTଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଓଡି଼ଶା ହାଇକୋର୍ଟ । ଗତ ଏପ୍ରିଲ ୬ ତାରିଖରେ NGT ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ(PCCF) ନୋଟିସ ଜାରି କରି ମାସକ ମଧ୍ୟରେ ହାତୀ କରିଡର ପାଇଁ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଗୁରୁବାର ହାଇକୋର୍ଟ ଏହି ମାମଲା ଶୁଣାଣି କରି NGTଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ ଜାରି ହୋଇଛି । ଆସନ୍ତା ୯ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ମାତ୍ର ସେ ପର୍ଯ୍ୟନ୍ତ NGT ପିସିସିଏଫଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି କୋର୍ଟ ।

ଅନ୍ୟପଟେ ହାତୀ ମୃତ୍ୟୁ ମାମଲାକୁ ମଧ୍ୟ ଅତି ଗୁରୁତ୍ୱର ସହ ନେଇଛନ୍ତି ହାଇକୋର୍ଟ । ଏହି ମାମଲାର ଶୁଣାଣି କରିବା ବେଳେ କୋର୍ଟ ରାଜ୍ୟର ବିଭିନ୍ନ ବନଖଣ୍ଡରେ ଗତ ଜାନୁଆରୀ ୧୮ରୁ ଏ ପର୍ଯ୍ୟନ୍ତ କେତେ ହାତୀ ମରିଛନ୍ତି ଓ କେତେ ମଣିଷଙ୍କ ଜୀବନ ଯାଇଛି, ସେ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ଉଚ୍ଚ ନ୍ୟାୟାଳୟ ମାମଲାର ଷ୍ଟାଟସ ରିପୋର୍ଟ ମାଗିଥିବା ବେଳେ ଏହି ସମୟ ମଧ୍ୟରେ ୧୪ଟି ହାତୀ ମରିଥିବା ଜଣାଇଛନ୍ତି ଜଏଣ୍ଟ ଟାକ୍ସଫୋର୍ସ ଟିମ୍ । ମୃତକ ୧୪ଟି ହାତୀଙ୍କ ମଧ୍ୟରୁ ଶିକାରୀଙ୍କ ଦ୍ବାରା ଦୁଇଟି ହାତୀ ଶିକାର ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ୪ଟି, ରୋଗାଗ୍ରସ୍ତ ହୋଇ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।

ଏହାସହିତ ହାତୀ ଆକ୍ରମଣରେ ୧୪ ରୁ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ଜଏଣ୍ଟ ଟାକ୍ସ ଫୋର୍ସର ଆବାହକ ମନୋଜ ନାୟର ଏହି ତଥ୍ୟ ହାଇକୋର୍ଟଙ୍କୁ ପ୍ରଦାନ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାତୀ କରିଡର ବିଜ୍ଞପ୍ତି ନେଇ ଏନଜିଟିଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି । ଏଥିସହ ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ଜନିତ ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଯଶିପୁର ଥାନା ଅଧିକାରୀ ହାଜର ହୋଇ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ, ବିଦ୍ୟୁତ ଆଘାତ ଯୋଗୁଁ ହାତୀ ମୃତ୍ୟୁ ଘଟଣାରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟର ୫ଟି ବିଦ୍ୟୁତ ବିତରଣ କମ୍ପାନୀକୁ ନୋଟିସ ଜାରି କରିଛନ୍ତି । ବିଶେଷକରି ବନ ବିଭାଗ ଅଞ୍ଚଳରେ କିପରି ବିଦ୍ୟୁତ ବଣ୍ଟନ କରାଯାଇଛି ଓ କାହିଁକି ହାତୀ ମୃତ୍ୟୁ ହେଉଛି, ସେ ସମ୍ପର୍କରେ ହାଇକୋର୍ଟରେ ତଥ୍ୟ ରଖିବାକୁ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.