ETV Bharat / state

ଅଗଷ୍ଟ 31 ଯାଏଁ ନିଲାମ କରିପାରିବ ନାହିଁ କୌଣସି ବ୍ୟାଙ୍କ ସମ୍ପତ୍ତି - ଅଗଷ୍ଟ 31 ଯାଏ ବ୍ୟାଙ୍କ ସମ୍ପତ୍ତି ହେବ ନାହିଁ ନିଲାମ

ସରକାରଙ୍କର କୌଣସି ବିଭାଗ, ମ୍ୟୁନିସିପାଲ କର୍ପୋରେସନ ଓ ଗ୍ରାମ ପଞ୍ଚାୟତ କୌଣସି ପ୍ରକାର ଜବରଦଖଲ ଉଚ୍ଛେଦ କିମ୍ବା ଭଙ୍ଗା କାର୍ଯ୍ୟ ଅଗଷ୍ଟ ୩୧ ପର୍ଯ୍ୟନ୍ତ କରିପାରିବେ ନାହିଁ । ଏହା ସହ କୌଣସି ବ୍ୟାଙ୍କ ଏହି ନିର୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ କୌଣସି ସମ୍ପତ୍ତିର ନିଲାମ ମଧ୍ୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଅଗଷ୍ଟ 31 ଯାଏ ନିଲାମ କରି ପାରିବ ନାହିଁ କୌଣସି ବ୍ୟାଙ୍କ ସମ୍ପତ୍ତି

author img

By

Published : Jul 16, 2020, 7:21 AM IST

କଟକ: ହାଇକୋର୍ଟ ଦେଲେ ଆଶ୍ବସ୍ଥି । ପୂର୍ବରୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ଦେଶନାମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ମଧ୍ୟବର୍ତ୍ତିକାଳୀନ ଜାମିନ ଗୁଡ଼ିକ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି । ଉଭୟ ସିଭିଲ ଓ କ୍ରିମିନାଲ ମାମଲାରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଲାଗୁ ହେବ । ସାରା ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଅଦାଲତ, ଟ୍ରିବ୍ୟୁନାଲ ଓ କ୍ବାସି ଜୁଡିସିଆଲ ଫୋରମର ମଧ୍ୟବର୍ତ୍ତୀ ନିର୍ଦ୍ଦେଶନାମା ଗୁଡ଼ିକ ଜୁଲାଇ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ଜୁନ ୧୧ରେ ନିର୍ଦ୍ଦେଶ ଦେଇଥିଲେ ।

ଏହାକୁ ବୁଧବାର ଅଗଷ୍ଟ ୩୧ ଯାଏଁ ବୃଦ୍ଧି କରିଛନ୍ତି ଅଦାଲତ । କୌଣସି ପ୍ରକାର ରହିତାଦେଶ ଓ ମଧ୍ୟବର୍ତ୍ତୀ ନିର୍ଦ୍ଦେଶର ଅବଧି ଲକଡାଉନ ପିରିଅଡ଼ ମଧ୍ୟରେ ଶେଷ ହେଉଥିଲେ ମଧ୍ୟ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ଏହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ପରିବର୍ଧିତ ହେବ ବୋଲି ହାଇକୋର୍ଟ କହିଛନ୍ତି ।

ରାଜ୍ୟ ସରକାର, ସରକାରଙ୍କର କୌଣସି ବିଭାଗ, ମ୍ୟୁନିସିପାଲ କର୍ପୋରେସନ ଓ ଗ୍ରାମ ପଞ୍ଚାୟତ କୌଣସି ପ୍ରକାର ଜବର ଦଖଲ ଉଚ୍ଛେଦ କିମ୍ବା ଭଙ୍ଗା କାର୍ଯ୍ୟ ଅଗଷ୍ଟ ୩୧ ପର୍ଯ୍ୟନ୍ତ କରିପାରିବେ ନାହିଁ । ଏହା ସହ କୌଣସି ବ୍ୟାଙ୍କ ଏହି ନିର୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ କୌଣସି ସମ୍ପତ୍ତିର ନିଲାମ ମଧ୍ୟ କରିପାରିବେ ନାହିଁ । କୋରୋନା ପାଇଁ ଅଦାଲତ କାର୍ଯ୍ୟ ସଠିକ ଭାବେ ଚାଲି ପାରୁ ନଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.