ETV Bharat / state

ଅଲିଭ ରିଡେଲ୍ କଇଁଛ ସୁରକ୍ଷା ପ୍ରସଙ୍ଗ: ସପ୍ତାହେ ଭିତରେ ଷ୍ଟାଟସ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - status report about Olive Ridley Turtle

ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ଓଡିଶା ହାଇକୋର୍ଟ । ଏହାସହ ଅପଟୁଡେଟ ଷ୍ଟାଟସ ରିପୋର୍ଟ ସପ୍ତାହେ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

ଅଲିଭ ରିଡେଲ୍ କଇଁଛ ସୁରକ୍ଷା ପ୍ରସଙ୍ଗ
ଅଲିଭ ରିଡେଲ୍ କଇଁଛ ସୁରକ୍ଷା ପ୍ରସଙ୍ଗ
author img

By

Published : Apr 12, 2021, 9:28 PM IST

କଟକ: ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ଓଡିଶା ହାଇକୋର୍ଟ । ଏହାସହ ଅପଟୁଡେଟ ଷ୍ଟାଟସ ରିପୋର୍ଟ ସପ୍ତାହେ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୧୫ ତାରିଖରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫରେଷ୍ଟ ବୋଟକୁ ଆକ୍ରମଣ କରିଥିଲେ ବେଆଇନ ମତ୍ସ୍ୟଜୀବୀ। ଏହି ଘଟଣାରେ ତାଳଚୁଆ ମେରାଇନ ଥାନା ୧୧ ଜଣଙ୍କୁ ଗିରଫ କରିଥିବା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଜଣାଇଛନ୍ତି।

ତେବେ ମୁଖ୍ୟ ଅଭିଯୁକ୍ତ ମାଖନ ମଣ୍ଡଳ ଗିରଫ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ଏହା ସହ ସରକାରୀ ବୋଟ୍ ଗୁଡିକ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅଲିଭ ରିଡ଼ଲେ ସୁରକ୍ଷା ପ୍ରସଙ୍ଗରେ ପୂର୍ବରୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ପରେ ହାଇକୋର୍ଟଙ୍କ ନିଯୁକ୍ତ 3 ଜଣିଆ କମିଟି ରିପୋର୍ଟ ଦାଖଲ କରିଥିଲା। କମିଟିର ରିପୋର୍ଟକୁ ହାଇକୋର୍ଟ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଦେବୀ ମୁହାଣରେ ମାଛ ଧରାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ଗହୀରମଥା ଉପକୂଳର ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ମେରାଇନ ଥାନା ଏହା ଲାଗୁ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହି ଥାନା ଗୁଡିକୁ ତୁରନ୍ତ ପ୍ୟାଟ୍ରୋଲିଂ ବୋଟ୍ ଓ ଅଧିକ କର୍ମଚାରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଥିଲା। ବନ କର୍ମଚାରୀଙ୍କ ସହ ଥାନା ଷ୍ଟାଫ ମିଳିତ ଭାବେ ଯେଭଳି କୌଣସି ଟ୍ରଲର ପ୍ରବେଶ ନ କରିବେ, ତାହା ଦେଖିବାକୁ ନିର୍ଦ୍ଦେଶ ରହିଛି। ଗହୀରମଥାରେ ଅଲିଭ ରିଡ଼ଲେଙ୍କ ଅଣ୍ଡାକୁ ବୁଲା କୁକୁର, ଘୁଷୁରୀ ଓ ବିଲୁଆଙ୍କ ଠାରୁ କିଭଳି ସୁରକ୍ଷିତ ରଖା ଯାଇ ପାରିବ, ସେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି। ମାଛ ଧରା ବୋଟ ଗୁଡିକରେ ଜିପିଏସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି, ଯାହାଦ୍ବାରା ବୋଟ୍ କୁଆଡେ ଯାଉଛି ସେ ନେଇ ସହଜେ ଜଣାପଡିବ। ରାଜ୍ୟ ସରକାର ଇସ୍ରୋ ସହ ଯୋଗାଯୋଗ କରି ସମସ୍ତ ଟ୍ରଲରରେ ଟ୍ରାନ୍ସପଣ୍ଡର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତାମିଲନାଡୁରେ ଏହା ବ୍ୟବହାର ହେଉଥିବା କମିଟି କୋର୍ଟଙ୍କୁ ଅବଗତ କରିଛି। କେନ୍ଦ୍ର ସରକାର ଏ କ୍ଷେତ୍ରରେ ରାଜ୍ୟକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ମତ୍ସ୍ୟଜୀବୀଙ୍କ ପାଇଁ ବିକଳ୍ପ ରୋଜଗାର ପନ୍ଥା ସହ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ କମିଟି ପ୍ରସ୍ତାବ ରଖିଥିବା ବେଳେ ସରକାର କଣ ପଦକ୍ଷେପ ନେବେ ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ତେବେ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଷ୍ଟାଟସ ରିପୋର୍ଟ ରଖିବେ।

ହାଇକୋର୍ଟଙ୍କ ନିଯୁକ୍ତ କମିଟିରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବାଙ୍ଗାଲୋରର ଇକୋଲୋଜିଷ୍ଟ କାର୍ତ୍ତିକ ଶଙ୍କର ଓ ଅମିକସ କ୍ୟୁରୀ ମୋହିତ ଅଗ୍ରୱାଲ ଅଛନ୍ତି । କମିଟି ପୂର୍ବରୁ ଗହୀରମଥା ଯାଇ ଟ୍ରଲର ଆସୋସିଏସନ ସହ ଆଲୋଚନା କରିଥିଲେ। ଏହି ଟିମ୍ ଗହୀରମଥା ଓ ଭିତରକନିକାରେ ଅନୁଧ୍ୟାନ କରିଥିଲେ। ଏହାସହ ଋଷିକୂଲ୍ୟା ଯାଇ ସେଠାରେ ମଧ୍ୟ ସ୍ଥିତି ପରଖି ଥିଲେ। ଓଡିଶାକୁ ଆସୁଥିବା ଏହି ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ କଣ ସମସ୍ୟା ହେଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲା ଟିମ୍।

ଟିମ୍ ପ୍ରଦାନ କରିଥିବା ରିପୋର୍ଟରେ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଥିଲେ। ହାଇକୋର୍ଟ ନିଜ ଆଡୁ ରୁଜୁ କରିଛନ୍ତି ଏହି ମାମଲା। କେନ୍ଦ୍ର ସରକାରଙ୍କ ପରିବେଷ ଓ ଜଙ୍ଗଲ ବିଭାଗକୁ ଏହି ମାମଲାରେ ମଧ୍ୟ ପ୍ରତିପକ୍ଷ କରାଯାଇଛି। ଏପ୍ରିଲ ଶେଷ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.