ETV Bharat / state

ଜୟପୁର ଥାନା ହାଜତ ମୃତ୍ୟୁ ମାମଲା , ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟର ନିର୍ଦ୍ଦେଶ

author img

By

Published : Apr 5, 2023, 9:57 AM IST

କୋରାପୁଟ ଜିଲ୍ଲା ସଦର ଥାନା ହାଜତ ମୃତ୍ୟୁ ମାମଲା । ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

odisha high court
odisha high court

କଟକ: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ହାଜତ ମୃତ୍ୟୁ ଘଟଣା । ଏନେଇ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ମାସ ମଧ୍ୟରେ ଆବେଦନକାରୀଙ୍କୁ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀ ପ୍ରଦୀପ କୁମାର ମହୁରିଆ ଏବଂ ପତ୍ନୀ ପ୍ରବୀଣା ମହୁରିଆଙ୍କ ପୁଅ ଆକାଶ ମହୁରିଆର ଜୟପୁର ଟାଉନ ଥାନା ହାଜତରେ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲା ।

ସୂଚନା ମୁତାବକ, 2017 ମସିହା ଜାନୁଆରୀ 30 ତାରିଖରେ ଏକାଧିକ ମାମଲାରେ ମୋଷ୍ଟ ୱାଣ୍ଟେଡ ଅପରାଧୀ ମୃତକ ଆକାଶ ମହୁରିଆକୁ ଟାଉନ ଥାନା ପୋଲିସ ଗାନ୍ଧୀ ଛକ କେନାଲ ରୋଡରେ ଅଟକାଇବା ସହ ତାକୁ ମାରପିଟ କରି ଥାନାକୁ ନେଇଥିଲା । ହେଲେ ପୋଲିସର ମାଡରେ ଆକାଶର ସ୍ୱାସ୍ଥ୍ୟବସ୍ଥା ଖରାପ ହେଇଥିବା ନେଇ ଅଭିଯୋଗ ହୋଇଥିଲା । ତାକୁ ପ୍ରଥମେ ଜୟପୁର ଉପଖଣ୍ଡ ମେଡିକାଲ ଏବଂ ପରେ ଜିଲ୍ଲା ସଦର ମହକୁମା ହସ୍ପିଟାଲ ନିଆଯାଇଥିଲା ।

ତେବେ ଆକାଶର ଚିକିତ୍ସା ଚାଲିଥିବା ସମୟରେ ଗୋଟିଏ ଦିନ ପରେ ତା'ର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ତଦନ୍ତ ଶେଷ ହୋଇ ନଥିଲେ ମଧ୍ୟ ମେଡିକାଲ ରିପୋର୍ଟକୁ ଆଧାର କରି ଆକାଶଙ୍କ ମୃତ୍ୟୁ ପୋଲିସ ମାଡ଼ରେ ହୋଇଥିବା ଦର୍ଶାଇ 10 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏକ ମାସ ମଧ୍ୟରେ ମୃତକଙ୍କ ପରିବାରଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- Donald Trump Row: ଗିରଫ ପରେ ଟ୍ରମ୍ପଙ୍କୁ ଜାମିନ, କୋର୍ଟରେ କହିଲେ ମୁଁ ନିର୍ଦ୍ଦୋଶ

ଏହି ମାମଲାର ଶୁଣାଣି ବେଳେ କୋର୍ଟ ଅସନ୍ତୋଷ ଜାହିର କରିଥିଲେ । ଦିନକୁ ଦିନ ହାଜତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ଯାହାକି ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ହାଜତ ମୃତ୍ୟୁ ବର୍ତ୍ତମାନର ବଡ଼ ସମସ୍ୟା ହୋଇଥିବା କାରଣରୁ ଏହାକୁ କିପରି ରୋକା ଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି । କାହିଁକି ଏବଂ କେଉଁ କାରଣରୁ ହାଜତରେ ମୃତ୍ୟୁ ଘଟୁଛି ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା କଥା । ହାଜତରେ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବା ନେଇ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.