ETV Bharat / state

ବିଳମ୍ବିତ ନ୍ୟାୟ ହେଉଛି ନ୍ୟାୟ ବ୍ୟବସ୍ଥାର ସବୁଠାରୁ ମାରାତ୍ମକ ରୂପ: ହାଇକୋର୍ଟ - delayed justice

ହାଇକୋର୍ଟରେ ବର୍ଷ ବର୍ଷ ଧରି ପଡି ରହୁଛୁ ଅନେକ ମାମଲା । ଲୋକଙ୍କୁ ନ୍ୟାୟ ମିଳିବାକୁ ଲାଗିଯାଉଛି ବର୍ଷ ବର୍ଷ । ମାମଲାର ଯେତେ ଜଲଦି ଶୁଣାଣି ହେବ ସମସ୍ତଙ୍କ ସମୟ ବଞ୍ଚିବ ବୋଲି କହିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ବିଳମ୍ବିତ ନ୍ୟାୟ ହେଉଛି ନ୍ୟାୟ ବ୍ୟବସ୍ଥାର ସବୁଠାରୁ ମାରାତ୍ମକ ରୂପ

author img

By

Published : Jan 5, 2021, 11:50 AM IST

କଟକ: ବିଳମ୍ବିତ ନ୍ୟାୟ ହେଉଛି ନ୍ୟାୟ ବ୍ୟବସ୍ଥାର ସବୁଠାରୁ ମାରାତ୍ମକ ରୂପ । ବାର ସଦସ୍ୟଙ୍କ ଶୃଙ୍ଖଳିତ କାର୍ଯ୍ୟ ପୂର୍ଣାଙ୍ଗ ପ୍ରସ୍ତୁତି ଏବଂ ସହଯୋଗ ରହିଲେ ଅଦାଲତଙ୍କ ମୂଲ୍ୟବାନ ସମୟ ରକ୍ଷା କରାଯାଇପାରିବ ଓ ପୁରୁଣା ମାମଲା ଗୁଡିକ ଶୀଘ୍ର ଫଇସଲା ପାଇଁ ବାଟ ଫିଟିବ ବୋଲି କହିଛନ୍ତି ହାଇକୋର୍ଟ ।

ପୁରୁଣା ମାମଲାଗୁଡିକ ନ୍ୟାୟପାଳିକା ମୁଣ୍ଡ ଉପରେ ବୋଝ ପରି ପଡି ରହିଛି । ତେଣୁ ସେଗୁଡିକର ଶୁଣାଣି ଯେତେ ଶୀଘ୍ର ଦେବ ସେତେ ଭଳ । ଏହା କେବଳ ବାର ସଦ୍ୟସଙ୍କର ପ୍ରସ୍ତୁତି ଉପରେ ନିର୍ଭର କରୁଛି ବୋଲି କହିଛନ୍ତି କୋର୍ଟ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୯୮୯ର ଏକ ଅପରାଧ ମାମଲାର ଶୁଣାଣି କରି ପ୍ରକାଶ କରିଥିବା ରାୟରେ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ୧୯୮୯ ଅକ୍ଟୋବର ୨୬ରେ ଶ୍ରୀଧର ସ୍ୱାଇଁ ଓ ମହେଶ୍ୱର ବେହେରାଙ୍କୁ ପ୍ରଦାନ କରିଥିବା ଦଣ୍ଡାଦେଶକୁ ଖଣ୍ଡପୀଠ ରଦ୍ଧ କରିଛନ୍ତି।

ମାମଲାରୁ ଜଣାପଡିଛି ଯେ ରାଉରକେଲା ପୌରାଞ୍ଚଳରେ କେତେକ ମରାମତି ଓ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ଭିଜିଲାନ୍ସ ୧୯୮୩ ଜାନୁଆରୀ ୫ରେ ଏତଲା ରୁଜୁକରି ୧୯୮୪ ଡିସେମ୍ବର ୩୧ରେ ଆବେଦନକାରୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଚାରସିଟ ଦାଖଲ ହୋଇଥିଲା । ୧୯୮୯ ଅକ୍ଟୋବର ୨୬ରେ ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଚୂଡାନ୍ତ ରାୟ ପ୍ରକାଶ କରିଥିଲେ । ତତ୍କାଳୀନ ରାଉରକେଲା ମୁନିସପାଲ ଇଂଜିନିୟର ସ୍ୱାଇଁ ଓ ଟେଣ୍ଡର ନେଇଥିବା ବେହେରାଙ୍କ ସହିତ ଅନ୍ୟ ଜଣଙ୍କୁ ଭିଜିଲାନ୍ସ ଅଦାଲତ ଉକ୍ତ ମାମଲାର ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଉଭୟ ୧୯୮୯ରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ମାମଲାକୁ ବିଚାର କରି ଆବେଦନକାରୀଙ୍କୁ ଜାମିନ ମଞ୍ଜୁର କରିଥିଲେ । ତେବେ ଏହି ମାମଲାର ନିୟମିତ ଶୁଣାଣି କରି ଅନ୍ତ ଘଟାଇଛନ୍ତି ଅଦାଲତ ।

ଉପରୋକ୍ତ ସମସ୍ତ ଘଟଣାରୁ ଜଣାପଡୁଛି ଯେ ଗୋଟିଏ ଗୋଟିଏ ମାମଲାର ବିଚାର ପାଇଁ ଦୀର୍ଘ ଦିନ ଧରି କୋର୍ଟରେ ପଡିରହୁଛି ଯାହା ଲୋକଙ୍କ ସମୟ ସହିତ କୋର୍ଟର ବହୁ ମୂଲ୍ୟାବନ ସମୟ ନଷ୍ଟ ହେଉଛି । ତେଣୁ ମାମଲାର ଯେତେ ଶୀଘ୍ର ଶୁଣାଣି କରାଯିବ ସେତେ ଭଲ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.