ETV Bharat / state

ବେଆଇନ ବାଲି ଉଠାଣରେ ରୋକ୍, ଖଣି ବିଭାଗ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ - odisha high court

Illegal Sand Mining: ବେଆଇନ ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ । କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଦାଖଲ କରିଥିବା ସତ୍ୟପାଠକୁ ଭର୍ତ୍ସନା କଲେ ଉଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

ବେଆଇନ ବାଲି ଉଠାଣ
illegal sand mining
author img

By ETV Bharat Odisha Team

Published : Jan 10, 2024, 3:25 PM IST

କଟକ: ବେଆଇନ ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ । ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଖଣି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ କୋର୍ଟ ଆଜି ଅଙ୍କୁଶ ଲଗାଇଛନ୍ତି । ଗତ ଡିସେମ୍ବର ୨୧ ତାରିଖରେ ଖଣି ବିଭାଗ ଏକ ବିଜ୍ଞପ୍ତି ଜାରି କରିଥିଲା । ଆବଶ୍ୟକତା ଅନୁଯାୟୀ ବାଲି ଉଠାଣ ପାଇଁ ଏହି ବିଜ୍ଞପ୍ତିରେ ଅନୁମତି ଦେଇଥିଲା ବିଭାଗ । ବେଆଇନ ବାଲି ଉଠାଣ ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ ସ୍ଥଗିତାଦେଶ କରିବା ପରେ ସରକାର ଏହି ବିଜ୍ଞପ୍ତି ଜାରି କରିଥିଲେ ।

କଟକ ଜିଲ୍ଲାରେ ବେଆଇନ ବାଲି ଉଠାଣ ଏବଂ ଚାଲାଣ ମାମଲାର ଗତ ଥର ଶୁଣାଣି ସମୟରେ ସତ୍ୟପାଠ ଦାଖଲ କରାଯାଇଥିଲା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା । ଜିଲ୍ଲାରେ ମୋଟ 14 ଟି ବାଲି ଖାଦାନର ଅନୁମତିକୁ ସାମୟିକ ଭାବେ ପ୍ରତ୍ୟାହାର ହୋଇଥିବା ନେଇ ସତ୍ୟପାଠରେ କୋର୍ଟଙ୍କୁ ଦର୍ଶାଯାଇଥିଲା। ଆଗକୁ ସମସ୍ତ ବେଆଇନ ଖାଦାନ ଉପରେ ପଦକ୍ଷେପ ଗ୍ରହଣ କରାଯିବ। ଲିଜ୍ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । କେବଳ ସେତିକି ନୁହେଁ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା।

କଟକର ବିଭିନ୍ନ ବାଲିଘାଟରୁ ବାଲି ଉତ୍ତୋଳନ ମାମଲାରେ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ପୂର୍ବରୁ କଡ଼ା ଭର୍ତ୍ସନା କରିଛନ୍ତି ଓଡିଶା ହାଇକୋର୍ଟ । ବେଆଇନ ବାଲି ଉଠାଣକୁ ନେଇ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପୂର୍ବତନ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ଉପରେ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ବେଆଇନ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ କେତେ ଜରିମାନା ଆଦାୟ କରାଯାଇଛି ସେନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ପ୍ରଶାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଏହି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ ଯେ, କାଠଯୋଡ଼ିରୁ ବେଆଇନ ବାଲି ଉଠାଯାଉଛି। ଏପରିକି ବେଆଇନ ବାଲି ଉଠାଯିବା ଦ୍ୱାରା ରାସ୍ତାରେ ପଡି ରାସ୍ତା ଖରାପ ହେଉଛି।

ଏହା ମଧ୍ୟ ପଢନ୍ତୁ...ସ୍ବପ୍ନ ହୋଇ ରହିଯିବକି ରାଇରଙ୍ଗପୁରର ଜିଲ୍ଲା ଗଠନ ଦାବି, ଅଙ୍କୁଶ ଲଗାଇଲେ ହାଇକୋର୍ଟ

ବାଲି ପଡ଼ି ରହିବା କାରଣରୁ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ ଆବେଦନକାରୀ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ପୂର୍ବତନ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ ଗତ ଜୁଲାଇ ୧୯ ତାରିଖରେ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ହେଲେ ଦାଖଲ ପିଆଇଏଲ ଉପରେ କଟକ ଜିଲ୍ଲା ପ୍ରଶାସନ ମିଥ୍ୟା ସତ୍ୟପାଠ କରିଥିବା ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଥିଲେ। ତେବେ ଜିଲ୍ଲା ପ୍ରଶାସନର ମିଥ୍ୟା ସତ୍ୟପାଠ ଉପରେ ହାଇକୋର୍ଟ ଖପ୍ପା ହୋଇଛନ୍ତି । "ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ?" ବୋଲି ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ। ଜଣେ ଜିଲ୍ଲାର ମୁଖ୍ୟ ଏପରି ମିଥ୍ୟା ସତ୍ୟପାଠ ଦାଖଲ କରିବାକୁ କୋର୍ଟ ଭର୍ତ୍ସନା କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.