କଟକ: ହାଇକୋର୍ଟରେ ASO ପରୀକ୍ଷା ଅନିୟମିତତା ମାମଲା । ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ବିନା ଅନୁମତିରେ ଫଳ ପ୍ରକାଶ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ତେବେ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ASO ପରୀକ୍ଷା ମୂଲାୟନକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । OPSCକୁ ଆବେଦନର ନକଲ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସବଜେକ୍ଟ ୱାଇଜ କ୍ୱାଲିଫାଇଂ (Subject wise Qualifying) ମାର୍କକୁ ନେଇ ଆବେଦନାକାରୀ ଆପତ୍ତି ଉଠାଇଥିଲେ । ପୂର୍ବ ପଦ୍ଧତି ଅନୁଯାୟୀ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଆବେଦନ କରାଯାଇଥିଲା ।
ଇଟିଭି ଭାରତ, କଟକ