ETV Bharat / state

ହାଇକୋର୍ଟରେ ଓଟିଏମ ମାମଲା: 1002ଙ୍କୁ ମିଳିଛି ବକେୟା, 1026 ଜଣଙ୍କ ମିଳୁନି ଠିକଣା

author img

By

Published : Jan 21, 2023, 7:50 AM IST

OTM କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ପ୍ରକ୍ରିୟା ଜାରି ରହିଛି । ବକେୟା ପାଇବାକୁ ଥିବା 400 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ,1026 ଜଣଙ୍କ ଠିକଣା ମିଳୁନାହିଁ ବୋଲି ହାଇକୋର୍ଟରେ ତଥ୍ୟ ରଖିଲେ ଅଫିସିଆଲ ଲିକ୍ୟୁଡେଟର । ଅଧିକ ପଢନ୍ତୁ

ହାଇକୋର୍ଟ ରେ ଓଟିଏମ ସମ୍ପର୍କିତ ମାମଲା ର ଶୁଣାଣି

କଟକ: ହାଇକୋର୍ଟରେ ଓଟିଏମ ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି ସମୟରେ ସମୁଦାୟ 1002 ଜଣଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ଦିଆଯାଇଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି ଅଫିସିଆଲ ଲିକ୍ଯୁଡେଟର । ଏହାସହ ବକେୟା ପାଇବାକୁ ଥିବା 400 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ,1026 ଜଣଙ୍କ ଠିକଣା ମିଳୁନାହିଁ ବୋଲି ହାଇକୋର୍ଟରେ ତଥ୍ୟ ରଖିଲେ ଅଫିସିଆଲ ଲିକ୍ୟୁଡେଟର । ତେବେ ସେମାନଙ୍କୁ ଯୋଗାଯୋଗ ପାଇଁ କଣ ବ୍ୟବସ୍ଥା ରହିଛି ? ସେ ସମ୍ପର୍କିତ ସମସ୍ତ ତଥ୍ୟ ଜଣାଇବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ତେବେ ଆସନ୍ତା 17 ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଓଟିଏମ କର୍ମଚାରୀ ମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରିବା ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଶେଷ ହେବାକୁ କିଛି ଦିନ ସମୟ ଲାଗିବ ବୋଲି ଗତ ଶୁଣାଣି ସମୟରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଅଫିସିଆଲ ଲିକ୍ୟୁଡେଟର ।

ବିଶେଷକରି ଦୁଇ ସପ୍ତାହ ଏହି ପ୍ରକ୍ରିୟା ଚାଲିବ । ତେବେ ଯେଉଁମାନେ ପ୍ରାପ୍ୟ ପାଇବାକୁ ହକଦାର କିନ୍ତୁ ଏବେ ଚୌଦ୍ୱାର ନିକଟବର୍ତ୍ତୀ ଅଞ୍ଚଳରେ ନାହାଁନ୍ତି, ସେମାନଙ୍କୁ ଯୋଗାଯୋଗ କରାଯାଉଛି । ଖୁବଶୀଘ୍ର ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ମଧ୍ୟ କୋର୍ଟଙ୍କୁ ଅବଗତ କରିଥିଲେ ଅଫିସିଆଲ ଲିକ୍ୟୁଡେଟର । ଓଟିଏମକୁ ନେବା ପାଇଁ ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିଥିବା ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ଅବଗତ କରାଯାଇଥିଲା ।

ରାଜ୍ୟ ସରକାର ପୂର୍ବରୁ ୩୦ କୋଟି ଓ ଇଡ଼କୋ ପକ୍ଷରୁ ୫ କୋଟି ଏମିତି ୩୫ କୋଟି ମଧ୍ୟ ଦାଖଲ କରିଥିଲେ। ନଭେମ୍ବର ୧୩ ତାରିଖରେ ୧୧୫ କୋଟି ଟଙ୍କା ଅଫିସିଆଲ ଲିକୁଡେଟରଙ୍କ ପାଖରେ ଦାଖଲ ହୋଇଥିବା ବେଳେ ଏହି ଟଙ୍କା ଫିକ୍ସ ଡିପୋଜିଟ ଆକାରରେ ରଖାଯାଇଛି । ଏ ସମ୍ପର୍କରେ ପୂର୍ବରୁ ଅଫିସିଆଲ ଲିକୁଡେଟରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଥିଲା ।

ଶ୍ରମିକଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ଦାଖଲ ହୋଇଥିବା ଏହି ସତ୍ୟପାଠରେ ରାଜ୍ୟ ସରକାର ଅତିରିକ୍ତ ୧୧୫ କୋଟି ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପୁଣି ଏହି ୧୧୫ କୋଟି ଟଙ୍କା ଡିପୋଜିଟ କରିଥିଲେ । ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ପୂର୍ବରୁ ମଧ୍ୟ ଅବଗତ କରାଇଥିଲେ । ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଥିଲେ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.