ETV Bharat / state

ଉଠା ଜଳସେଚନ ନିଗମ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ହାଇକୋର୍ଟଙ୍କ ଶୁଣାଣି - ଉଠା ଜଳସେଚନ ନିଗମ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ

ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ। ନିଗମ କର୍ତୃପକ୍ଷଙ୍କୁ ତିନି ମାସ ମଧ୍ୟରେ ଆଇନ ଅନୁଯାୟୀ ବିଚାର କରି ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରା ଗଠିତ ଖଣ୍ଡପୀଠରେ ଶୁଣାଣି କରାଯାଇଛି। ଅଧିକ ପଢ଼ନ୍ତୁ

high court hearing on Irrigation Corporation employees issue
ଉଠା ଜଳସେଚନ ନିଗମ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ହାଇକୋର୍ଟଙ୍କ ଶୁଣାଣି
author img

By

Published : Jan 19, 2022, 10:31 AM IST

କଟକ: ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ। ନିଗମ କର୍ତୃପକ୍ଷଙ୍କୁ ତିନି ମାସ ମଧ୍ୟରେ ଆଇନ ଅନୁଯାୟୀ ବିଚାର କରି ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରା ଗଠିତ ଖଣ୍ଡପୀଠରେ ଶୁଣାଣି କରାଯାଇଛି ।

ଉଠା ଜଳସେଚନ ନିଗମରେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି ଶତାଧିକ କର୍ମଚାରୀ। ତେବେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ପ୍ରଦାନ କରାଯାଇନଥିଲା। ନିଗମ କର୍ତୃପକ୍ଷ ଅନେକ କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ୨୦୧୮-୧୯ ମସିହା ପର୍ଯ୍ୟନ୍ତ ପ୍ରଦାନ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେହି ପ୍ରାପ୍ୟ ଦେବା ବନ୍ଦ କରି ଦିଆଯାଇଥିଲା। ଯାହା ଫଳରେ ଅଲ୍ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ଏବଂ ଏନେଇ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲା। ହେଲେ ଏହାର କୌଣସି ସୁଫଳ ମିଳି ନଥିଲା।

ତେଣୁ ନ୍ୟାୟ ପାଇବା ପାଇଁ ଆସୋସିଏସନ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଇକୋର୍ଟ ଶୁଣାଣି କରିଛନ୍ତି। ଆସୋସିଏସନ ପକ୍ଷରୁ ଆଇନଜୀବୀ ଲଳିତ ମୋହନ ନନ୍ଦ ଏହି ମାମଲା ପରିଚାଳନା କରୁଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.