ETV Bharat / state

ହାଇକୋର୍ଟରେ ଚିଲିକା ଓ ଆଦ୍ରଭୂମି ସୁରକ୍ଷା ମାମଲା, ୬ ମାସ ମଧ୍ୟରେ ଚିଠା ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ - ଆଦ୍ରଭୂମି ସୁରକ୍ଷା ମାମଲା ସତ୍ୟପାଠ ଦାଖଲ

ହାଇକୋର୍ଟରେ ଚିଲିକା ଓ ଆଦ୍ରଭୂମି ସୁରକ୍ଷା ମାମଲା ଶୁଣାଣି । ୬ ମାସ ମଧ୍ୟରେ ମତ୍ସଜୀବୀଙ୍କ ସଂପର୍କିତ ଚିଠା ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟରେ ଚିଲିକା ଓ ଆଦ୍ରଭୂମି ସୁରକ୍ଷା ମାମଲା

author img

By

Published : May 16, 2023, 8:44 AM IST

କଟକ: ଚିଲିକା ସୁରକ୍ଷା ସମ୍ପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ପାରମ୍ପରିକ ମତ୍ସ୍ୟଜୀବୀ ଓ ମାଛ ଧରୁଥିବା ଅନ୍ୟ ପେଶାଦାର ମତ୍ସଜୀବୀଙ୍କ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରାଯାଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସେହିପରି ଚିଠା ନୀତି ଉପସ୍ଥାପନ ପାଇଁ ଆହୁରି ୬ ମାସ ସମୟ ଲାଗିବ ବୋଲି ଆର୍ଦ୍ରଭୂମି ସୁରକ୍ଷା ମାମଲାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ଚିଲିକାରେ ପାରମ୍ପରିକ ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ପାଇଁ ନୀତି ପ୍ରସଙ୍ଗରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗତ ୨୦୨୩, ଏପ୍ରିଲ ୧୨ରେ ଏହାର ଅନୁମୋଦନ ପଠାଇଥିଲେ । ଏହାପରେ ସିଡିଏ ମୁଖ୍ୟ ନିର୍ବାହୀ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଜିଲ୍ଲାପାଳ ଓ ଚିଲିକା ଅଞ୍ଚଳର ତହସିଲଦାରଙ୍କୁ ନେଇ ଏକ ବୈଠକ ଏପ୍ରିଲ ୧୯ରେ ଅନୁଷ୍ଠିତ ହୋଇଥିଲା । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶ ଆବଶ୍ୟକ ରହିଥିବା କୁହାଯାଇଛି । ଏହାର ନୀତି ପ୍ରଣୟନ କରିବା ପୂର୍ବରୁ ବିଭିନ୍ନ ସରକାରୀ ବିଭାଗର ମତ ନିଆଯିବ । ବିଭିନ୍ନ ପ୍ରକାର ପରାମର୍ଶ ଓ ଦାବିକୁ ବିଚାରକୁ ନେବା ପରେ ଚିଠା ନୀତି ରାଜ୍ୟ କ୍ୟାବିନେଟ ଅନୁମୋଦନ ପାଇଁ ପଠାଯିବ ବୋଲି ରାଜସ୍ବ ସଚିବଙ୍କ ସତ୍ୟପାଠରେ ପୂର୍ବରୁ ଦର୍ଶାଯାଇଥିଲା । ତେବେ ଆସନ୍ତା ୬ ମାସ ମଧ୍ୟରେ ଚିଲିକା ମତ୍ସ୍ୟଜୀବୀଙ୍କ ସମ୍ପର୍କିତ ଚିଠା ନୀତି ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ଶୁଣାଣି ସମୟରେ ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ସମ୍ପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଥିଲା । ଡ୍ରୋନ ପାଟ୍ରୋଲିଂ, ସାଟେଲାଇଟ ମ୍ୟାପିଂ, ହେଲ୍ପଲାଇନ ନମ୍ବର ଓ ବେଆଇନ ଘେରି ନେଇ ରୁଜୁ ହେଉଥିବା ଫୌଜଦାରୀ ମାମଲା ଗୁଡିକରେ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ ସଂକ୍ରାନ୍ତରେ ଏହି ରିପୋର୍ଟରେ ଦର୍ଶାଯାଇଥିଲା । ପରବର୍ତ୍ତୀ ଶୁଣାଣି ସମୟରେ ବେଆଇନ ଘେରି ଉଚ୍ଛେଦ ପ୍ରସଙ୍ଗରେ ସାନି ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି । ତେବେ ଏହି ଚିଙ୍ଗୁଡି ଘେରି ପ୍ରସଙ୍ଗରେ ନିୟମିତ ତଦାରଖ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଆସନ୍ତା ଅଗଷ୍ଟ ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ । ଚିଲିକା ଓ ଭିତରକନିକାରେ ଚିଙ୍ଗୁଡ଼ି ଘେରି ଗଢି ଉଠୁଥିବାରୁ ଡ୍ରୋନ୍‌ ସର୍ଭେ ପାଇଁ ଅର୍ଥ ରାଶି ଅନୁମୋଦନ ପାଇଁ ରାଜସ୍ବ ସଚିବଙ୍କୁ ଚିଠି ଲେଖିଥିଲେ ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାପାଳ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ତହସିଲ ଓ ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଦୁଇଟି ଡ୍ରୋନ ନିୟୋଜନ ଏବଂ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାରେ ଗୋଟିଏ ଡ୍ରୋନ୍‌ ନିୟୋଜନ ପାଇଁ ଏହି ଚିଠି ଦୁଇ ଜିଲ୍ଲାପାଳ ଲେଖିଥିଲେ । ଏ ସମ୍ପର୍କରେ ଉଭୟ ଜିଲ୍ଲାପାଳ ସତ୍ୟପାଠ ମାଧ୍ୟମରେ ପୂର୍ବରୁ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ।

ସ୍ଥଳପଥ ଓ ଜଳପଥରେ ବୋଟ ମାଧ୍ୟମରେ ପୋଲିସ ପାଟ୍ରୋଲିଂ ଠିକ୍‌ ଭାବେ ହେଉ ନଥିବାରୁ ଡ୍ରୋନ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଡ୍ରୋନ କ୍ୟାମେରା ସରଞ୍ଜାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ବାରା ଆଦ୍ରଭୂମି ଅଞ୍ଚଳରେ ବେଆଇନ ଘେରି ହେବା କ୍ଷଣି ଜିଲ୍ଲା ପ୍ରଶାସନ ଜାଣିବା ସହ ଡ୍ରୋନ୍‌ କ୍ୟାମେରା ଘେରି ଉଚ୍ଛେଦରେ ସହାୟକ ହେବ ବୋଲି ହାଇକୋର୍ଟ କହିଥିଲେ । ଏହା ସହିତ ଚିଙ୍ଗୁଡ଼ି ଚାଷ ପାଇଁ ସ୍ବତନ୍ତ୍ର ସରକାରୀ ପଲିସି କରିବାକୁ ଗତ ସେପ୍ଟେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ ।

ଚିଲିକାରେ କେଉଁ ସ୍ଥାନରେ କିଭଳି ଚିଙ୍ଗୁଡ଼ି ଚାଷ ହେବ ସେନେଇ ଏହି ପଲିସି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚିଲିକାରେ ଚିଙ୍ଗୁଡ଼ି ଘେରି ଯେତେ ଭାଙ୍ଗିଲେ ମଧ୍ୟ ପୁଣି ବେଆଇନ ଘେରି ହେଉଥିବାରୁ ପୂର୍ବ ଶୁଣାଣିରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଉଚ୍ଛେଦ କାର୍ଯ୍ୟ ତ୍ବରାନ୍ବିତ ହେବା ସହିତ ଡ୍ରୋନ କ୍ୟାମେରା ମାଧ୍ୟମରେ ପ୍ରଶାସନ ପାଟ୍ରୋଲିଂ କରିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.