ETV Bharat / state

ହାଇକୋର୍ଟରୁ ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା; ଥାନାରେ ହାଜର ହେବାକୁ ନିର୍ଦ୍ଦେଶ

author img

By

Published : Aug 1, 2023, 2:12 PM IST

Updated : Aug 1, 2023, 2:22 PM IST

ଯୌନ ଶୋଷଣ ମାମଲାରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟରୁ ସୌରୀନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ମିଳିଲା ଆଶ୍ବସ୍ତି । ଯୌନ ଶୋଷଣ ମାମଲାରେ ସୌରିନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ସହ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଥାନାରେ ହାଜର ହେବା ପାଇଁ ମଧ୍ୟ କଣ୍ଠଶିଳ୍ପୀଙ୍କୁ ନିର୍ଦ୍ଦେଶ ମିଳିଛି । ପୀଡ଼ିତାଙ୍କ CRPCର ଧାରା ୧୬୪ରେ ବୟାନ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ସୌରିନ ଭଟ୍ଟ । ଓଲିଉଡ ତଥା ବଲିଉଡର ପ୍ରତିଷ୍ଠିତ ଗାୟକ ସୌରିନଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । ସୌରିନ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିବା ସେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ । ଶାରିରୀକ ନିର୍ଯାତନା ସହ ସୌରିନ ତାଙ୍କଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଅଭିଯୋଗକାରୀ ଯୁବତୀ ଜଣକ ପେସାରେ ଜଣେ ବ୍ୟାଙ୍କ କର୍ମଚାରୀ ।

ଏହାମଧ୍ୟ ପଢନ୍ତୁ: ଫୋନ ବନ୍ଦ କରି ଲୁଚିଛନ୍ତି ସୌରିନ, ଖୋଜିବାକୁ କୋଲକାତା ଗଲା ପୋଲିସ

ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ବ୍ୟାଙ୍କରେ କାମ କରିବା ସହ ତାଙ୍କର ଗୀତ ଗାଇବାର ନିଶା ରହିଥିଲା । ସେ ସୌରିନଙ୍କ ଫ୍ୟାନ ଥିଲେ । ଏକ ଷ୍ଟେଜର ଗୀତ ଗାଇବା ସମୟରେ ଉଭୟଙ୍କ ମଧ୍ୟରେ କୁଆଡେ ସମ୍ପର୍କ ସ୍ଥାପନ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଏତେ ଘନିଷ୍ଠତା ବଢି ଯାଇଥିଲା ଯେ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ମାତ୍ର ସୌରିନ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଯୁବତୀ ଜଣକଙ୍କଠାରୁ ୯ ଲକ୍ଷ ଟଙ୍କା ଠକି ନେଇଥିଲେ । ଯୁବତୀ ଜଣକ ଉକ୍ତ ଟଙ୍କା ଆକାଉଣ୍ଟରେ ପଠାଇଥିବା ଅଭିଯୋଗ କରି ସମସ୍ତ କାରବାରର ପ୍ରମାଣ ଥାନାରେ ଦାଖଲ କରିଛନ୍ତି ।

ଯୁବତୀ ଜଣକ ପ୍ରଥମେ କଟକ ଜଗତପୁର ଥାନାରେ ଏତଲା ଦେବା ପାଇଁ ଯାଇଥିଲେ । ମାତ୍ର ଜଗତପୁର ଥାନା ପୋଲିସ ମହିଳା ଥାନାରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥିଲେ । କଣ୍ଠଶିଳ୍ପୀ ସୌରିନଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିବା କଟକ ମହିଳା ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏହି ଅଭିଯୋଗ ପରଠୁ ଫେରାର ଥିବା ସୌରିନ ଭଟ୍ଟଙ୍କୁ ଠାବ କରିବା ପାଇଁ ରାଜ୍ୟ ବାହାରକୁ(କୋଲକାତା) ଯାଇଥିଲା କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ । ସୌରିନ ନିଜ ମୋବାଇଲ ସୁଇଚ୍‌ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା । ତେବେ ପୋଲିସ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜାଖୋଜି କରିଥିଲା । ମାତ୍ର ସେଠାରୁ ନିରାଶ ହୋଇ ଫେରିଥିଲା ।

ଇଟିଭି ଭାରତ, କଟକ

Last Updated : Aug 1, 2023, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.