ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଏତଲା ପଞ୍ଜିକରଣ ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

author img

By

Published : Dec 7, 2022, 11:58 AM IST

ଥାନାରେ ଏତଲା ପଞ୍ଜିକରଣ ଉପରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ଏଣିକି ଏତଲା ପଞ୍ଜିକରଣ ନକଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଏତଲା ପଞ୍ଜିକରଣ ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ହାଇକୋର୍ଟଙ୍କ ନିର୍ଦ୍ଦେଶ: ଏତଲା ପଞ୍ଜିକରଣ ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କଟକ: ଥାନାକୁ ଆସୁଥିବା ଏତଲା ଗୁଡିକର ପଞ୍ଜିକରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଉନଥିବା ନେଇ ଓଡିଶା ହାଇକୋର୍ଟ ଅସନ୍ତୋଷ ଜାହିର୍ କରିଛନ୍ତି । ଏଣିକି ଏତଲା ଦେବାକୁ ଆସୁଥିବା ନାଗରିକମାନଙ୍କ ଠାରୁ ଏତଲା ଗ୍ରହଣ କରିବା ସହ ସମ୍ପୃକ୍ତ ଥାନା ଅଧିକାରୀ ଏତଲା ମିଳିଥିବା ନେଇ ଏକ ରସିଦ ପ୍ରଦାନ କରିବେ । ଏତଲା କପିରେ ଷ୍ଟାମ୍ପ ଲଗାଇ ସମ୍ପୃକ୍ତ ଏତଲାକାରୀଙ୍କୁ ପ୍ରଦାନ କରିବେ । ଏତଲା ଅନୁଯାୟୀ ଆବଶ୍ୟକ ଥିବା ଅନ୍ୟାନ୍ୟ କାଗଜପତ୍ର ସମ୍ପର୍କରେ ଏତଲାକାରୀଙ୍କୁ ଥାନାଧିକାରୀ ସୂଚନା ପ୍ରଦାନ କରିବେ ।

ଏତଲାକାରୀଙ୍କୁ ଉପଯୁକ୍ତ ବ୍ୟବହାର ଦେଖାଇବା ସହ ତାଙ୍କୁ କାଗଜ କଲମ ଯୋଗାଇ ଦେବେ । ଏତଲା ଲେଖିବା ଲାଗି ବସିବାର ଉପଯୁକ୍ତ ବ୍ୟବସ୍ଥା କରିବେ । କୌଣସି ନିରକ୍ଷର ବ୍ୟକ୍ତି ଏତଲା ଦେବାକୁ ଆସିଲେ, ତାଙ୍କ ବୟାନ ଆଧାରରେ ଥାନା ଅଧିକାରୀ ନିଜେ ଏହାକୁ ଲେଖିବେ ବୋଲି ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଦ୍ବାରା ପୂର୍ବରୁ ଲଳିତା କୁମାରୀ କେସରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି । କୋର୍ଟଙ୍କ ଏହି ନିର୍ଦ୍ଦେଶାବଳୀ ଆଧାରରେ ସମସ୍ତ ଥାନାକୁ ନିର୍ଦ୍ଦେଶ ଜାରି କରିବେ ପୋଲିସ ଡିଜି । ଏହି ନିୟମର ଉଲ୍ଲଙ୍ଘନ କରୁଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ କଠୋର ଦଣ୍ଡ ବିଧାନ ପାଇଁ ବ୍ୟବସ୍ଥା କରିବାକୁ ହାଇକୋର୍ଟ କହିଛନ୍ତି ।

ଏହି ସମସ୍ତ ପ୍ରସଙ୍ଗରେ ସମସ୍ତ ପୋଲିସ କର୍ମଚାରୀଙ୍କୁ ସଚେତନ କରିବା ସହ ଏକ ରିପୋର୍ଟ ଦାଖଲ କରିବାକୁ ପୋଲିସ ଡିଜିଙ୍କୁ କୋର୍ଟ କହିଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ ଏତଲା ପଞ୍ଜିକରଣ ନହେବାକୁ ନେଇ ଏତଲାକାରୀ ଝୁଲଣ ବେହରାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.