ETV Bharat / state

ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ବଢ଼ିଲା ସମସ୍ୟା, ଆବେଦନ ଖାରଜ କଲେ ହାଇକୋର୍ଟ - ଓଡ଼ିଶା ହାଇକୋର୍ଟ

ସିସୋର ଚିଟଫଣ୍ଡ ଠକେଇ ମାମଲା । ବାଲେଶ୍ଵରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କୁ ହାଇକୋର୍ଟଙ୍କ ଝଟକା । ତାଙ୍କ ମାମଲା ରଦ୍ଦ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଅଧିକ ପଢନ୍ତୁ

Rabindra Jena issue in hc
Rabindra Jena issue in hc
author img

By

Published : Feb 6, 2023, 10:15 PM IST

କଟକ: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ଵରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କୁ ହାଇକୋର୍ଟଙ୍କ ଝଟକା । ରବୀନ୍ଦ୍ର ଜେନାଙ୍କ ବିରୋଧରେ ସିସୋର ଚିଟଫଣ୍ଡ ଠକେଇ ନେଇ ହୋଇଥିବା ମାମଲା ରଦ୍ଦ କରିବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରବିନ୍ଦ୍ର ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି । ବିଚାରପତି ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ।

ସିସୋର ଚିଟଫଣ୍ଡ ସଂସ୍ଥାଠାରୁ ପଇସା ନେଇ ସଂସ୍ଥା ମାଲିକଙ୍କୁ ରାଜନୈତିକ ସୁରକ୍ଷା ରବିନ୍ଦ୍ର ଜେନା ଦେଉଥିଲେ ବୋଲି ସିବିଆଇ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ପୂର୍ବରୁ ରବିନ୍ଦ୍ର ଜେନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ଭୁବନେଶ୍ବର ନିମ୍ନ ଅଦାଲତରେ ତାଙ୍କ ବିରୋଧରେ ହୋଇଥିବା ମାମଲା ବିଚାରଧୀନ ଥିଲା । ସିବିଆଇ ପକ୍ଷରୁ ଦିଆଯାଇଥିବା ଚାର୍ଜସିଟ ଓ FIRକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ରବିନ୍ଦ୍ର ଜେନା । ବିଚାରପତି ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରବିନ୍ଦ୍ର ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି ।

ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିବା ବେଳେ ରବିନ୍ଦ୍ର ଜେନାଙ୍କ ପକ୍ଷରୁ ଅମନ ଲେଖି, ପ୍ରଣୟ ଦାସ ଓ ଗୌରବ ଖନ୍ନା ମାମଲା ପରିଚାଳନା କରୁଥିଲେ । ସି-ସୋର ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇପଡିଥିବା ବାଲେଶ୍ବରର ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପୂର୍ବରୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଯଦି ତଦନ୍ତକାରୀ ଅଧିକାରୀ ଗିରଫ କରନ୍ତି, ତେବେ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ।

ଏହା ବି ପଢନ୍ତୁ- ପଚରାଉଚରା ସମୟରେ ଅଭିଯୁକ୍ତର ମୃତ୍ୟୁ, ରେଞ୍ଜରଙ୍କ ସମେତ 7 ବନ କର୍ମଚାରୀ ଥାନାରେ ଅଟକ

ସୂଚନା ଥାଉ କି ୨୦୧୭, ଜାନୁଆରୀ ୧୨ ତାରିଖ ଦିନ ସିବିଆଇ ନିକଟରେ ହାଜର ହେବା ପାଇଁ ଆବେଦନକାରୀଙ୍କୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ୧୨ ତାରିଖ ଦିନ ସକାଳୁ ସିବିଆଇ ଟିମ୍ ପୂର୍ବତନ ସାଂସଦଙ୍କ ମାନସିଂହ ବଜାର ଘର, ଓଟି ରୋଡରେ ଥିବା ଘର, କାର୍ଯ୍ୟାଳୟ ଓ ତାଙ୍କ ୩ ଘନିଷ୍ଠ ସହଯୋଗୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା । ସି-ସୋର ସହିତ ହୋଇଥିବା ୧୮ କୋଟି ଟଙ୍କାର କାରବାର ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ସିବିଆଇକୁ ଦେଇ ପାରିନାହାନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

ଘରେ ଓ କାର୍ଯ୍ୟାଳୟରେ ସିବିଆଇ ଚଢାଉ କରିବା ପରେ ସେ ସମ୍ଭାବ୍ୟ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସି-ସୋର ସହିତ ହୋଇଥିବା କାରବାର ସମ୍ପର୍କରେ ପୂର୍ବରୁ ସେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ ଓ ସମ୍ପୂର୍ଣ୍ଣ ଭାବେ ତଦନ୍ତରେ ସହଯୋଗ କରିଥିଲେ । କିନ୍ତୁ ଆକ୍ରୋଶମୂଳକ ଭାବେ ତାଙ୍କୁ ଏହି ମାମଲାରେ ଫସାଇ ଗିରଫ କରାଯାଇ ପାରେ ଦର୍ଶାଇ ସେ ଆଗୁଆ ଜାମିନ ଲୋଡିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.