ETV Bharat / state

ସ୍ଥାୟୀ ବେଞ୍ଚ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ବିବୃତିକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

author img

By

Published : May 19, 2022, 5:43 PM IST

ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁଙ୍କ ଏକ ଦୈନିକ ଇଂରାଜୀ ଖବରକାଗଜରେ ପ୍ରକାଶିତ ବିବୃତିକୁ ଓଡିଶା ହାଇକୋର୍ଟ ବାର ଆସୋସିଏସନ ବିରୋଧ କରିଛି । ଅଧିକ ପଢନ୍ତୁ

ସ୍ଥାୟୀ ବେଞ୍ଚ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ବିବୃତିକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ
ସ୍ଥାୟୀ ବେଞ୍ଚ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ବିବୃତିକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

କଟକ: ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁଙ୍କ ଏକ ଦୈନିକ ଇଂରାଜୀ ଖବରକାଗଜରେ ପ୍ରକାଶିତ ବିବୃତିକୁ ଓଡିଶା ହାଇକୋର୍ଟ ବାର ଆସୋସିଏସନର ବିରୋଧ କରିଛି । ସାଧାରଣ ପରିଷଦ ବୈଠକରେ ଏହାକୁ ବାର ଆସୋସିଏସନ କର୍ମକର୍ତ୍ତାମାନେ ବିରୋଧ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ୬୦୦ କିଲୋମିଟର ପରିଧି ମଧ୍ୟରେ ଗୋଟିଏ ହାଇକୋର୍ଟ ରହିବା କଥା। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଗୋଟିଏ ହାଇକୋର୍ଟ ରହିଛି । ବେଞ୍ଚର କୌଣସି ଆବଶ୍ୟକତା ରହିନଥିବା ବାର ପକ୍ଷରୁ କୁହାଯାଇଛି । ତେବେ ବାର ପକ୍ଷରୁ ଖୁବଶୀଘ୍ର ଏକ କମିଟି ଗଠନ କରାଯିବ । ଏହି କମିଟି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବ ବୋଲି ହାଇକୋର୍ଟ ବାର ସମ୍ପାଦକ ଆଲୋକ ପ୍ରସାଦ ନନ୍ଦ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.