ETV Bharat / state

ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟଙ୍କ ଝଟକା, ବର୍ଷକ ଭିତରେ ଟ୍ରାଏଲ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ଦୁଇ ମାସ ଭିତରେ ଚାର୍ଜଫ୍ରେମ୍ କରାଯିବା ସହ ବର୍ଷକ ଭିତରେ ଟ୍ରାଏଲ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟରେ ସିସୋର ଚିଟଫଣ୍ଡ ଠକେଇ ମାମଲା
ହାଇକୋର୍ଟରେ ସିସୋର ଚିଟଫଣ୍ଡ ଠକେଇ ମାମଲା
author img

By

Published : Apr 12, 2023, 7:27 AM IST

କଟକ: ଚୌଦ୍ୱାରର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ଆସନ୍ତା ଦୁଇ ମାସ ମଧ୍ୟରେ ଚାର୍ଜଫ୍ରେମ୍ ପ୍ରକ୍ରିୟା ଶେଷ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏଥିସହ ବର୍ଷକ ମଧ୍ୟରେ ଟ୍ରାଏଲ ପ୍ରକ୍ରିୟା ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜାମିନରେ ଥିବା ପ୍ରଭାତ ବିଶ୍ଵାଳ, ସିବିଆଇ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କ ଉପରେ ସିବିଆଇ କରିଥିବା ମାମଲା ରବ୍ଦ କରିବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟ ମଧ୍ୟ ପୂର୍ବରୁ ଖାରଜ କରିଥିଲେ ।

ପ୍ରଭାତ ବିଶ୍ବାଳ ବିରୋଧରେ ଥିବା ସିସୋର ଚିଟଫଣ୍ଡ ମାମଲା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ମଧ୍ୟ ତଦନ୍ତ କରିଥିଲା । କିଛି ମାସ ପୂର୍ବରୁ ତାଙ୍କର କିଛି ସମ୍ପତ୍ତି ବାଜ୍ୟାପ୍ତି କରିଥିଲା ଇଡି । କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଆବେଦନକୁ ଶୁଣାଣି କରି ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ସିବିଆଇ ମାମଲା ରବ୍ଦ ପ୍ରସଙ୍ଗ ନେଇ ପ୍ରଭାତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ସିବିଆଇ ମାମଲା ରବ୍ଦ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । କିନ୍ତୁ ଏକ ବର୍ଷ ଭିତରେ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୁଣାଣି ଶେଷ କରିବାକୁ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ଏହାମଧ୍ୟ ପଢନ୍ତୁ: ନକଲି ସାର୍ଟିଫିକେଟ କାହିଁକି ବଢୁଛି ସରକାର ଚିନ୍ତା କରିବା ଦରକାର: ବିଧାୟକ ସୌମ୍ୟ

ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ବିଚାରାଧୀନ ମାମଲାରେ ଚାର୍ଜ-ଫ୍ରେମ୍ କରାଯିବ । ଏକ ବର୍ଷ ଭିତରେ ଟ୍ରାଏଲ ଶେଷ କରିବା ପାଇଁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସିସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ସିବିଆଇ ଗିରଫ କରିଥିଲା । ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ମଧ୍ୟ ମଞ୍ଜୁର କରିଥିଲେ । ପରବର୍ତ୍ତୀ ସମୟରେ ସିବିଆଇ ମାମଲା ରଦ୍ଦ ପାଇଁ ପ୍ରଭାତ ହାଇକୋର୍ଟରେ ଆବେଦନ କରିଥିଲେ । ୨୦୧୯ ମସିହାରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ପାରିବାରିକ ଅଦାଲତରେ ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା, ବର୍ଷାଙ୍କୁ ଅପ୍ରାସଙ୍ଗିକତା ପ୍ରଶ୍ନ ପଚାରିଲେ ଅନୁଭବଙ୍କ ଓକିଲ !

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.