ETV Bharat / state

ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା: ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

author img

By ETV Bharat Odisha Team

Published : Jan 2, 2024, 7:44 PM IST

Laxmanananda Saraswati Murder Case: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ । ମାର୍ଚ୍ଚ 5 ତାରିଖ ସୁଦ୍ଧା ଉତ୍ତର ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଅଧିକ ପଢ଼ନ୍ତୁ...

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା

କଟକ: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ସିବିଆଇ ତଦନ୍ତ କାହିଁକି କରାନଯିବ, ସେନେଇ ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଆସନ୍ତା ମାର୍ଚ୍ଚ 5 ତାରିଖ ସୁଦ୍ଧା ଏହି ପ୍ରସଙ୍ଗରେ ନିଜର ଜବାବ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆବେଦନକାରୀ ଆଇନଜୀବୀ ଦେବାଶିଷ ହୋତାଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଅନେକ ଦିଗକୁ ଅଣଦେଖା କରିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି ।

ଉପରଠାଉରିଆ ଭାବେ ତଦନ୍ତ କରି ମାଓବାଦୀମାନେ ସ୍ବାମୀଜୀଙ୍କୁ ହତ୍ୟା କରିଥିବା କହିଥିଲା କ୍ରାଇମ୍‌ବ୍ରାଞ୍ଚ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ନିରୀହ ଆଦିବାସୀଙ୍କ ସାମାଜିକ ଏବଂ ଅର୍ଥନୈତିକ ଉନ୍ନତି ପାଇଁ କାମ କରୁଥିଲେ । ଧର୍ମାନ୍ତରିକରଣ ଏବଂ ଆଦିବାସୀଙ୍କ ଜମି ହଡପ ବିରୋଧରେ ସେ ସ୍ବର ଉତ୍ତୋଳନ କରୁଥିଲେ । ଆଦିବାସୀଙ୍କ ପାଇଁ ଲଢ଼ୁଥିବା କୌଣସି ବ୍ୟକ୍ତିଙ୍କୁ ମାଓବାଦୀମାନେ ହତ୍ୟା କରିବା କଥା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଯୁକ୍ତି ବାଢିଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ସିବିଆଇ ଦ୍ବାରା ତଦନ୍ତ କରାଇବାକୁ ଆବେଦନକାରୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡକୁ ୧୫ ବର୍ଷ; କାହିଁକି ସରକାର ରିପୋର୍ଟକୁ ଚାପି ରଖିଛନ୍ତି ପଚାରିଲା କଂଗ୍ରେସ

ପ୍ରକାଶଯୋଗ୍ୟ, ୨୦୦୮ ସେପ୍ଟେମ୍ବର ୨୩ ତାରିଖ ଜନ୍ମାଷ୍ଟମୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ସେତେବେଳେ ରାଜ୍ୟ ରାଜନୈତିକ ପାଣିପାଗକୁ ଦୋହଲାଇ ଦେଇଥିଲା । ବାଲିଗୁଡା ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଘଟଣା ହତ୍ୟା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଜନ୍ମାଷ୍ଟମୀ ପାଳନ ସମୟରେ ସ୍ବାମୀଜୀଙ୍କ ସହ ଆଶ୍ରମର ୪ ଜଣ ଅନ୍ତେବାସୀ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ସେତେବେଳେ ରାଜ୍ୟରେ ବିଜେଡି ଏବଂ ବିଜେପିର ମିଳିତ ସରକାର କ୍ଷମତାରେ ଥିଲା । ପ୍ରଥମେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର ତଦନ୍ତ କମିଶନ ବସାଇଥିଲେ । ତାଙ୍କ ମୃତ୍ୟୁ ପରେ ଜଷ୍ଟିସ ନାଇଡୁ ଏହାର ତଦନ୍ତ କରିଥିଲେ । ୨୦୧୫ରୁ ଜଷ୍ଟିସ ନାଇଡୁ କମିଶନ ତଦନ୍ତ ରିପୋର୍ଟ ଦାଖଲ କରିସାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ । ତେବେ ସ୍ଵାମୀଜୀଙ୍କ ହତ୍ୟାର ସତ୍ୟାସତ୍ୟ ରାହସ୍ୟରେ ରହିଯିବ ନା ସିବିଆଇ ହାତକୁ ତଦନ୍ତ ଯିବ, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.