କଟକ: କାଳବୈଶାଖୀ ପ୍ରଭାବରେ କଟକରେ ଝଡବର୍ଷା ହୋଇଛି । ସହରର ଅନେକ ତଳିଆ ଅଞ୍ଚଳରେ ଜଳମଗ୍ନର ସ୍ଥିତି ଉପୁଜିଥିଲା । ବିଶେଷକରି କାଜିବଜାର, ରୋଭରଷ୍ଟିଟ, କାଳିଗଳି ଆଦି ଅଞ୍ଚଳର ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି କରିଥିଲା । ଅନେକ ଲୋକଙ୍କ ଘରେ ମଧ୍ୟ ବର୍ଷା ଜଳ ପଶି ଯାଇଥିଲା ।
ବର୍ଷା ଦିନ ଭଳି ଘରେ ନାଳପାଣି ପଶି ଯିବାରୁ ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମାତ୍ର କେଇ ଘଣ୍ଟା ବର୍ଷାରେ ସହରରେ ଯଦି ଏପରି ସମସ୍ୟା ତେବେ ଲଗାଣ ବର୍ଷାରେ ସହରର ସ୍ଥିତି କଣ ହେବ, ସେନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସଠିକ ଭାବରେ ଡ୍ରେନ ସଫେଇ ହୋଇନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ