ETV Bharat / state

ମିଥ୍ୟା ସତ୍ୟପାଠ କରି ଅଡୁଆରେ ପରିବହନ ମନ୍ତ୍ରୀ, ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jan 28, 2020, 9:31 PM IST

Updated : Jan 28, 2020, 10:29 PM IST

ଏକ ମିଥ୍ୟା ସତ୍ୟପାଠ ଅଭିଯୋଗ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

FIR against minister
ଫାଇଲ ଫଟୋ

କଟକ: ମିଥ୍ୟା ସତ୍ୟପାଠ ଅଭିଯୋଗ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଭଗବାନ ବାଗଙ୍କ ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ ମ୍ୟାଟ୍ରିକ ସାର୍ଟିଫିକେଟ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କର ଏକ ମାମଲା ରୁଜୁ କରିବା ପାଇଁ ହାଇକୋର୍ଟର ବିଚରପତି ବି ଆର ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀଙ୍କ ବିରୋଧରେ ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଏଫଆଇଆର ରୁଜୁ କରିବାକୁ କୋର୍ଟ, ବିରମହାରାଜପୁର ଥାନା ଅଧିକାରୀଙ୍କୁ ସ୍ପଷ୍ଟ କରିଛନ୍ତି । ଗତ ୨୦୦୪ ମସିହାରେ ମନ୍ତ୍ରୀ ନିର୍ବାଚନୀ ସତ୍ୟପାଠରେ ନିଜର ମ୍ୟାଟ୍ରିକ ସାର୍ଟିଫିକେଟ ସମ୍ପର୍କରେ ଯେଉଁ ସତ୍ୟପାଠ ଦେଇଥିଲେ ପରବର୍ତ୍ତୀ ସମୟରେ ଏହି ସମ୍ପର୍କରେ ଦେଇଥିବା ତଥ୍ୟରେ ତାଳମେଳ ରହିନଥିଲା । ଏପରିସ୍ଥଳେ ସେ ନିଜର ମ୍ୟାଟ୍ରିକ ସାର୍ଟିଫିକେଟ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ଜଣାପଡିଥିଲା ।

ଆବେଦନକାରୀ ଏପରି ସଙ୍ଗିନ ଘଟଣାରେ ସୁବର୍ଣ୍ଣପୁର ଆରକ୍ଷୀ ନିରୀକ୍ଷକ, ବିରମହାରାଜପୁର ଥାନା ଅଧିକାରୀ ପ୍ରମୁଖଙ୍କୁ ନିକଟରେ ଅବଗତ କରାଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଶେଷରେ ଆବେଦନକାରୀ ବାଧ୍ୟ ହୋଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ରୁଜୁ ମାମଲାରେ ଆବେଦନକାରୀ ଗୃହ ବିଭାଗ ସଚିବ, ସୁବର୍ଣ୍ଣପୁର ଏସପି, ବିରମହାରାଜପୁର ଥାନା ଅଧିକାରୀ, ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଏକ ମିଥ୍ୟ ସତ୍ୟପାଠ ଅଭିଯୋଗ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଆବେଦନକାରୀ ଭଗବାନ ବାଗ ଙ୍କ ପକ୍ଷରୁ ଶ୍ରୀବେହେରା ଙ୍କ ବିରୋଧରେ ମାଟ୍ରିକ ସାର୍ଟିଫିକଟ ଜାଲିଆତି କରିଥିବା ସମ୍ପର୍କରେ ରୁଜୁ ମାମଲାର ଶୁଣାଣିକରି ହାଇକୋର୍ଟ ର ବିଚାରପତି ଡ଼ଃ ବି ଆର ଷଡଙ୍ଗୀ ଏପରି ନିର୍ଦ୍ଧେଶ ଦେଇଛନ୍ତି।ମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ନେଇ ହୋଇଥିବା ଅଭିଯୋଗ କୁ ଏତଲା ଭାବେ ବିବେଚନା କରିବାକୁ ବିରମହାରାଜପୁର ଥାନା ଅଧିକାରୀଙ୍କୁ ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।
ଗତ ୨୦୦୪ ମସିହାରେ ଶ୍ରୀ ବେହେରା ନିର୍ବାଚନୀ ସତ୍ୟପାଠ ରେ ନିଜର ମାଟ୍ରିକ ସାର୍ଟିଫିକଟ ସମ୍ପର୍କରେ ଯେଉଁ ସତ୍ୟପାଠ ଦେଇଥିଲେ ପରବର୍ତ୍ତୀ ସମୟରେ ଏହି ସମ୍ପର୍କରେ ଦେଇଥିବା ତଥ୍ୟରେ ତାଳମେଳ ରହିନାହିଁ ।ଏପରିସ୍ଥଳେ ସେ ନିଜର ମାଟ୍ରିକ ସାର୍ଟିଫିକଟ ସମ୍ପର୍କରେ ଜାଲ ତଥ୍ୟ ଦେଇଥିବା ଜଣା ପଡିଥିଲା।
ଆବେଦନକାରୀ ଏପରି ସଙ୍ଗିନ ଘଟଣାରେ ସୁବର୍ଣପୁର ଆରକ୍ଷୀ ନିରୀକ୍ଷକ ,ବିରମହାରାଜପୁର ଥାନା ଅଧିକାରୀ ପ୍ରମୁଖଙ୍କୁ ନିକଟରେ ଅବଗତ କରାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।ଶେଷରେ ଆବେଦନକାରୀ ବାଧ୍ୟ ହୋଇ ହାଇକୋର୍ଟ ରେ ଏନେଇ ମାମଲା ରୁଜୁ କରିଥିଲେ।
ରୁଜୁ ମାମଲାରେ ଆବେଦନକାରୀ ଗୃହ ବିଭାଗ ସଚିବ,ସୁବର୍ଣପୁର ଏସ୍ପି, ବିରମହାରାଜପୁର ଥାନା ଅଧିକାରୀ ,ମନ୍ତ୍ରୀ ଶ୍ରୀ ବେହେରା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଥିଲେ।

Body:no need

Conclusion:no need
Last Updated : Jan 28, 2020, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.