ETV Bharat / state

Harassment Case: ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ଖାରଜ

author img

By ETV Bharat Odisha Team

Published : Aug 30, 2023, 8:27 AM IST

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ସୌରିନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ଖାରଜ
ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ସୌରିନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ପୂର୍ବରୁ ଏହି ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ ସୌରିନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସୌରିନଙ୍କୁ ଗିରଫ କରାଯିବ ନାହିଁ ବୋଲି କହିଥିଲେ । ତେବେ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୂର୍ବରୁ ଦେଇଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି କୋର୍ଟ । କେବଳ ସେତିକି ନୁହେଁ ସୌରିନଙ୍କ ଉପସ୍ଥିତରେ ମାମଲାର ତଦନ୍ତ କରାଯିବା ଆବଶ୍ୟକ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌରିନ ଭଟ୍ଟ । ଉଚ୍ଚ ଅଦଲାତ କଣ୍ଠଶିଳ୍ପୀଙ୍କ ଏହି ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ତେବେ କୋର୍ଟ ମାମଲାର ଶୁଣାଣି କରି ଏହାର କେସ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ମଧ୍ୟ କୋର୍ଟରେ କେସ ଡାଏରୀ ଦାଖଲ କରିଥିଲେ । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ କଟକ ମହିଳା ଥାନାରେ ହାଜର ହୋଇଥିଲେ । ଥାନାରେ ହାଜର ସମୟରେ ସେ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଚିହ୍ନି ନଥିବା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।

ଏହାମଧ୍ୟ ପଢନ୍ତୁ: Sexual Harassment Case: କଟକ ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ, କହିଲେ ଯୁବତୀଙ୍କୁ ଜାଣିନି

ମିଳିଥିବା ସୂଚନା ଅନୁଯାୟୀ, ସୌରିନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣ ମଧ୍ୟ ହେଉଥିଲା ବୋଲି ଏସିପି ସୂଚନା ଦେଇଛନ୍ତି । ୧୬୧ ଧାରାରେ ସୌରିନଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ପରେ ସୌରିନ ଭଟ୍ଟଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା । ତଦନ୍ତରେ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୀଡ଼ିତାଙ୍କ CrPCର ଧାରା ୧୬୪ରେ ବୟାନ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ରହିଥିଲା । ହେଲେ ଏବେ କଣ୍ଠଶିଳ୍ପୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ କୋର୍ଟ ହଟାଇ ଦେଇଛନ୍ତି ।

ପ୍ରକାଶ ଥାଉକି, ଓଲିଉଡର ପ୍ରତିଷ୍ଠିତ ଗାୟକ ସୌରିନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । କଟକ ମହିଳା ଥାନାରେ ଏନେଇ ଯୁବତୀ ଜଣକ ସୌରିନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସୌରୀନ ବିବାହ ପ୍ରଲୋଭନ ଦେଖାଇ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ । ଏପରିକି ତାଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସଙ୍ଗୀନ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ମହିଳା ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.