ETV Bharat / state

ହାଇକୋର୍ଟରେ ନକଲି ଡାକ୍ତର ମାମଲା , ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

author img

By

Published : Dec 22, 2022, 10:22 PM IST

ହାଇକୋର୍ଟରେ ନକଲି ଡାକ୍ତର ମାମଲା । ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ରାଜ୍ୟରେ 51 ପ୍ରତିଶତ ଡାକ୍ତରଙ୍କ କେବଳ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି । ଏହା ଜାଣିବା ପରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

High Court
ହାଇକୋର୍ଟ

କଟକ: ହାଇକୋର୍ଟରେ ନକଲି ଡାକ୍ତର ମାମଲା । ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ରାଜ୍ୟରେ 51 ପ୍ରତିଶତ ଡାକ୍ତରଙ୍କ କେବଳ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି । ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପି କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । ତେବେ ନକଲି ଡାକ୍ତର ସମ୍ପର୍କିତ ଏକ ମାମଲାର ଶୁଣାଣିରେ ହାଇକୋର୍ଟରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଏହା ଜାଣିବା ପରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ରାଜ୍ୟର ସମସ୍ତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବାକୁ ଖଣ୍ଡପୀଠ କହିଛନ୍ତି । କେଉଁ ଆଧାରରେ ଏହା ଯାଞ୍ଚ କରାଯିବ, କେବେ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ ଏବଂ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ଡାକ୍ତରଙ୍କ ପାଇଁ କଣ ଦଣ୍ଡବିଧାନ କରାଯାଇପାରିବ ସେନେଇ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଗମୀ ଶୁଣାଣି ସୁଦ୍ଧା ଏହା ନିର୍ଦ୍ଧାରିତ କରିବାକୁ କୋର୍ଟ କହିଛନ୍ତି। ବିଶ୍ଵବ୍ୟାଙ୍କ ସର୍ଭେ ଅନୁଯାୟୀ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ଷେତ୍ରରେ ଏହା ମାତ୍ର 18 ପ୍ରତିଶତ ବୋଲି ସର୍ଭେରୁ ସ୍ପଷ୍ଟ ହୋଇଛ । ଆସନ୍ତା ଜାନୁଆରୀ 27 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.