ETV Bharat / state

ଅଲଟିମେଟ୍‌ ଖୋ ଖୋ ସିଜିନ୍‌-୨: ଚେନ୍ନାଇ କୁଇକଗନ୍‌କୁ ହରାଇ ଗୁଜରାଟ ଜାଏଣ୍ଟସ୍‌ ଚମ୍ପିଆନ୍‌ - ଅଲଟିମେଟ୍‌ ଖୋ ଖୋ

Ultimate Kho Kho season 2: ଅଲ୍ଟିମେଟ ଖୋ ଖୋ ସିଜିନ ୨ ଫାଇନାଲ୍‌ରେ ଚେନ୍ନାଇ କୁଇକଗନ୍‌କୁ ହରାଇ ଗୁଜରାଟ ଜାଏଣ୍ଟସ୍‌ ଚମ୍ପିଆନ୍‌ । ରୋମାଞ୍ଚକର ଫାଇନାଲ ମୁକାବିଲାରେ ଚେନ୍ନାଇକୁ ୩୧-୨୬ ପଏଣ୍ଟରେ ହରାଇ ଚମ୍ପିଆନ୍‌ ହୋଇଛି ଗୁଜରାଟ । ଅଧିକ ପଢ଼ନ୍ତୁ

ଅଲଟିମେଟ୍‌ ଖୋ ଖୋ ସିଜିନ୍‌-୨
ଅଲଟିମେଟ୍‌ ଖୋ ଖୋ ସିଜିନ୍‌-୨
author img

By ETV Bharat Odisha Team

Published : Jan 13, 2024, 10:49 PM IST

Updated : Jan 15, 2024, 10:37 AM IST

Ultimate Kho Kho season 2

କଟକ: ଶେଷ ହେଲା ଅଲ୍ଟିମେଟ ଖୋ ଖୋ । ଫାଇନଲରେ ଚେନ୍ନାଇ କୁଇକଗନ୍‌କୁ ୩୧-୨୬ ପଏଣ୍ଟରେ ହରାଇ ସିଜିନ ୨ର ଚମ୍ପିଆନ୍‌ ହୋଇଛି ଗୁଜରାଟ ଜାଏଣ୍ଟସ୍‌ । ଏକ ରୋମାଞ୍ଚକର ଫାଇନାଲ ମୁକାବିଲାରେ ଗୁଜରାଟ ପ୍ରଥମ ଇନିଂସରୁ ହିଁ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଶେଷ ଟର୍ଣ୍ଣରେ ଚେନ୍ନାଇ କୁଇକ୍‌ଗନ୍‌ର ଅନେକ ଚେଷ୍ଟା ସତ୍ତ୍ବେ ଗୁଜରାଟ ଏହି ଚିତାକର୍ଷକ ଫାଇନାଲରେ ବାଜି ମାରି ନେଇଥିଲା । ତେବେ ତୃତୀୟ ସ୍ଥାନ ପାଇଁ ଲଢେଇରେ ତେଲୁଗୁ ଯୋଦ୍ଧାଙ୍କୁ ୩୨-୨୪ ପଏଣ୍ଟ୍‌ରେ ହରାଇ ତୃତୀୟ ସ୍ଥାନରେ ରହିଥିଲା ଓଡିଶା ଜଗରନଟସ୍‌ ।

ଗତ ୨୪ ତାରିଖରୁ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଅଲ୍ଟିମେଟ୍‌ ଖୋ ଖୋ ସିଜନ୍‌ ୨ । ଶନିବାର ଏହାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଏଥିପାଇଁ ସାରା ଇଣ୍ଡୋର ଷ୍ଟାଡିୟମକୁ ବେଶ ସୁନ୍ଦର ଭାବେ ସଜା ଯାଇଥିଲା । ଷ୍ଟାଡିୟମ୍‌ର ଭିତର ଓ ବାହାର ରଙ୍ଗୀନ୍‌ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ଏହି ମହା ପ୍ରତିଯୋଗିତାରେ ମୋଟ ୬ଟି ଦଳ ଭାଗ ନେଇଥିଲେ । ଓଡ଼ିଶା ଜଗରନଟସ୍‌ ସମେତ ତେଲୁଗୁ ଯୋଦ୍ଧା, ମୁମ୍ବାଇ ଖିଲାଡ଼ି, ଗୁଜରାଟ ଜାଏଣ୍ଟସ୍‌, ଚେନ୍ନାଇ କୁଇକ୍‌ଗନ୍ ଓ ରାଜସ୍ଥାନ ୱାରିଅରସ୍‌ ଏହି ହାଇପ୍ରୋଫାଇଲ୍‌ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ । ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଏହି ପ୍ରତିଯୋଗିତା ଆଜି ଶେଷ ହୋଇଛି । ତେବେ ଓଡିଶାରେ ଏଭଳି ଆୟୋଜନକୁ କ୍ରୀଡ଼ାପ୍ରେମୀ ମାନେ ସ୍ବାଗତ କରିଥିଲା ବେଳେ ଆଗାମୀ ଦିନରେ ଓଡିଶା ପୁଣି ଚମ୍ପିଆନ୍‌ ଟ୍ରାକକୁ ଫେରିବା ନେଇ ଆଶାବାଦୀ ଥିବା କହିଛନ୍ତି ଓଡିଶା ଦଳର ଅଧିନାୟକ ଓ କୋଚ୍‌ । ସେହିପରି ଏହି ଦ୍ବିତୀୟ ସଂସ୍କରଣ ବିଜୟ ସହ ଆଗମୀ ଦିନରେ ଏହିଭଳି ଖେଳ ପ୍ରଦର୍ଶନ ଜାରି ରହିବ ବୋଲି କହିଛନ୍ତି ଗୁଜରାଟ ଜାଏଣ୍ଟସ୍‌ର ଅଧିନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ଅଲ୍ଟିମେଟ ଖୋ ଖୋ ସିଜନ ୨: ମଉଳିଲା ଜଗରନଟ୍ସର ଫାଇନାଲ ଆଶା, ସେମିରେ ଗୁଜୁରାଟ ଠାରୁ ପରାସ୍

ପ୍ରକାଶଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚ୍‌ରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ରାଜ୍ୟ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଓ ଅର୍ଜୁନ ପୁରସ୍କାର ବିଜେତା ତଥା ଇଣ୍ଡିଆନ ଖୋ ଖୋ ଟିମ ଅଧିନାୟକ ନସରିନ ଆଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶାରେ ଖୋ ଖୋ ଭଳି ସ୍ୱଦେଶର କ୍ରୀଡା ସମେତ ଦେଶରେ କ୍ରୀଡାର ବିକାଶ ଓ ପ୍ରଚାରପ୍ରସାର କ୍ଷେତ୍ରରେ ଆଗ ଧାଡିରେ ରହିଛି । ଅଲ୍ଟିମେଟ ଖୋ ଖୋରେ ଏକ ଫ୍ରାଞ୍ଜାଚାଇଜ ରଖିବା ବ୍ୟତୀତ ଓଡିଶା ଏଏମ୍ଏନ୍ଏସ୍ ଇଣ୍ଡିଆ ସହ ମିଶି ଖୋ ଖୋ ପାଇଁ ଏକ ଉଚ୍ଚ ପ୍ରଦର୍ଶନକ୍ଷମ କେନ୍ଦ୍ର ସ୍ଥାପନ କରୁଛି । ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନଙ୍କ ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ୟୁକେସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗରେ ପରିଣତ ହୋଇଥିବା ଉପସ୍ଥିତ ଅତିଥି ମତ ରଖିଥିଲେ ।

ଇଟିଭି ଭାରତ, କଟକ

Last Updated : Jan 15, 2024, 10:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.