ETV Bharat / state

ଇଏ କେମିତିକା ସ୍କୁଲ ! ଏଯାଏଁ ହୋଇନାହିଁ ବିଜ୍ଞାନ ଓ ଗଣିତ ପାଠପଢା - ବାଲୁଙ୍କେଶ୍ବର ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ

ଆସନ୍ତା ଫେବୃଆରୀ ୨୦ରେ ମାଟ୍ରିକ୍‌ ପରୀକ୍ଷା ହେବା ନେଇ ବୋର୍ଡ ପକ୍ଷରୁ ଘୋଷଣା ହେଲାଣି । ଆସନ୍ତା ମାସରେ ପିଲାମାନେ ଦେବେ ଅର୍ଦ୍ଧବାର୍ଷିକ ପରୀକ୍ଷା । ହେଲେ କଟକ ସଦର ବାଲୁଙ୍କେଶ୍ବର ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟର ଏଯାଏଁ ପାଠପଢ଼ା ଆରମ୍ଭ ହୋଇନାହିଁ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଚରମ ଅବହେଳା ଅଭିଯୋଗରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ଅଧିକ ପଢ଼ନ୍ତୁ

ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ
ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ
author img

By

Published : Aug 12, 2023, 8:32 PM IST

ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ

କଟକ: ଆସନ୍ତା ଫେବ୍ରୁଆରୀ ୨୦ରେ ମାଟ୍ରିକ ପରୀକ୍ଷା ହେବ ବୋଲି ତାରିଖ ଘୋଷଣା କରିସାରିଲେଣି ବୋର୍ଡ କର୍ତ୍ତୃପକ୍ଷ । ସେହିପରି ଆସନ୍ତା ମାସ ୧୬ ତାରିଖରେ ଅର୍ଦ୍ଧବାର୍ଷିକ ପରୀକ୍ଷା ହେବ ବୋଲି ତାରିଖ ବି ଘୋଷଣା ସରିଛି । ହେଲେ ସ୍କୁଲରେ ଏବେଯାଏଁ ପାଠ ପଢ଼ା ଆରମ୍ଭ ହୋଇନାହିଁ । ଏକଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ କଥାଟା ସତ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଏହା କୌଣସି ଉପାନ୍ତ ଅଞ୍ଚଳର ସ୍କୁଲରେ ନୁହେଁ, ବରଂ କଟକ ସହରରୁ ମାତ୍ର ୧୦ କିଲୋମିଟର ମଧ୍ୟରେ ଥିବା ବାଲୁଙ୍କେଶ୍ବର ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟର କଥା ।

ତେବେ ଏହି ସ୍କୁଲରେ ବିଜ୍ଞାନ ଏବଂ ଗଣିତ ବିଷୟ ପିଲାଙ୍କୁ ପଢ଼ାଯାଇନଥିବା ଅଭିଯୋଗ ହୋଇଛି । ଆଉ କାରଣ ବି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲରେ ଗଣିତ ଏବଂ ବିଜ୍ଞାନ ଶିକ୍ଷକ ନଥିବାରୁ ଏହି ସରକାରୀ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇ ପାରିନାହିଁ । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସମସ୍ୟାକୁ ନେଇ ଅଭିଭାବକମାନେ ପୂର୍ବରୁ ମଧ୍ୟ ଅଭିଯୋଗ କରିଥିଲେ । ହେଲେ କୌଣସି ଫଳ ମିଳିନାହିଁ । ଶେଷରେ ଆଜି ସମସ୍ତ ଅଭିଭାବକ ସ୍କୁଲରେ ପହଞ୍ଚି ତାଲା ପକାଇ ଆନ୍ଦୋଳନ କରିବାକୁ ପଡିଥିଲା । ତଥାପି ଏହାର ସ୍ଥାୟୀ ସମସ୍ୟା ବାହାରି ପାରିନଥିଲା । କେବେଳ ସେତିକି ନୁହେଁ, ଏହି ସ୍କୁଲର ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ, ନିଜର ସିଟ୍‌ରେ ବସି ସୋସିଆଲ ମିଡିଆରେ କେବଳ ଫଟୋ ପୋଷ୍ଟ କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ପିଲାଙ୍କୁ ପାଠ ପଢାଇବା ତ ଦୂରର କଥା ଛାତ୍ରଛାତ୍ରୀଙ୍କୁ ସ୍କୁଲ ସଫାସୁତରା କାମରେ ଲଗାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ପିଲାମାନଙ୍କୁ ମାଡ଼ ମାରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି ।

ଅନ୍ୟପଟେ ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ ପ୍ରଥମେ ନାଲି ଆଖି ଦେଖାଇଥିଲେ । ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସ୍କୁଲ ଭିତରକୁ ଆସିବାକୁ କିଏ ଅନୁମତି ଦେଲା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଚାରିଥିଲେ । ସ୍କୁଲ ଭିତରକୁ ପ୍ରବେଶ କରିବାକୁ ଲେଟର ଦରକାର ବୋଲି କହିଛନ୍ତି ବାଲୁଙ୍କେଶ୍ବର ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାସ । ଯାହାବି ହେଉ, ସ୍କୁଲରେ ଗଣିତ ଓ ବିଜ୍ଞାନ ଶିକ୍ଷକ ନଥିବାରୁ ପାଠପଢା ଆରମ୍ଭ ହୋଇନଥିବା ସେ ସ୍ବୀକାର କରିଛନ୍ତି । ସେହିପରି ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ଚିଠି ଲେଖିଥିଲେ । ହେଲେ ଉପରସ୍ତ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । ତେବେ ସ୍କୁଲରେ ବିଜ୍ଞାନ ଓ ଗଣିତର କେହି ସ୍ଥାୟୀ ଶିକ୍ଷକ ନଥିବାରୁ ଏହି ଦୁଇ ତିନି ଦିନ ହେବ ଅସ୍ଥାୟୀ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି । ମାତ୍ର ସମ୍ପୃକ୍ତ ଶିକ୍ଷୟିତ୍ରୀ ସ୍କୁଲରେ ଏଯାବତ ଯୋଗ ଦେଇନାହାନ୍ତି । ଯାହାକୁ ନେଇ ଏବେ ଶିକ୍ଷା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଶୁଣିଲାନି ପ୍ରଶାସନ, ସ୍କୁଲ ପୁନଃ କାର୍ଯ୍ୟକ୍ଷମ ଦାବିରେ ରାସ୍ତାରେ ବସିଲେ କୁନିକୁନି ଛାତ୍ରଛାତ୍ରୀ

ଅନେକ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରାୟ ଅଧାରୁ ଅଧିକ ସରିଲାଣି । ମାତ୍ର ଏହି ସ୍କୁଲରେ ଦୁଇଟି ବିଷୟରେ ପାଠପଢ଼ା ଏଯାବତ ଆରମ୍ଭ ହୋଇନାହିଁ । ତେବେ କେମିତି ପରୀକ୍ଷା ଦେବେ ପରୀକ୍ଷାର୍ଥୀ ? ଆସନ୍ତା ମାସରେ ହେବାକୁ ଥିବା ଅର୍ଦ୍ଧବାର୍ଷିକ ପରୀକ୍ଷାରେ କଣ କରିବେ ଛାତ୍ରଛାତ୍ରୀ ? ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଯଦି ଭଲ ନକରନ୍ତି, ତେବେ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ରହିବେ କି ? କେବଳ ଏହି ସ୍କୁଲ ନା ଅନ୍ୟ ସ୍କୁଲରେ ବି ଏହି ସମାନ ଅବସ୍ଥା ? ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ କର୍ତ୍ତବ୍ୟ ଠିକରେ କରୁଛନ୍ତି ତ ? ଏଭଳି ଅନେକ ପ୍ରଶ୍ନ ଏବେ ଶିକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.