ETV Bharat / state

ମନମୁଖୀ ଶାସନ, ପ୍ରଧାନଶିକ୍ଷୟିତ୍ରୀଙ୍କୁ 3 ଘଣ୍ଟା ଧରି ତାଲା ପକାଇ ରଖିଲେ ଅଭିଭାବକ - headmaster

ଶିକ୍ଷୟିତ୍ରୀଙ୍କ ମନମାନି ଶାସନ ଏବଂ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଜାଣିବା ପରେ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଅଭିଭାବକ। ଏନେଇ ଦୀର୍ଘ 3 ଘଣ୍ଚା ଧରି ସ୍କୁଲରେ ତାଲା ପକାଇ ଶିକ୍ଷୟିତ୍ରୀଙ୍କୁ ବନ୍ଦ ରଖିଲେ ଅଭିଭାବକ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଟକ
author img

By

Published : Jun 28, 2019, 10:58 AM IST

Updated : Jun 28, 2019, 1:23 PM IST

କଟକ: ଦୀର୍ଘ 3 ଘଣ୍ଚା ଧରି ସ୍କୁଲରେ ତାଲା । ଏହାସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଭିଭାବକଙ୍କ ଟଣାଓଟରା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତରେ । ତେବେ ଶିକ୍ଷୟିତ୍ରୀ ଜଣକ ସ୍କୁଲରେ ମନମାନି ଶାସନ ଏବଂ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଜାଣିବାପରେ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଅଭିଭାବକ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଟକ

ଖବର ଅନୁଯାୟୀ, ଗ୍ରାମରେ ଥିବା ଭାଗବତପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ଟିସି ଦେଇ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ଏନେଇ କୌଣସି ଅଭିଭାବକଙ୍କୁ ଜଣାଇ ନାହାଁନ୍ତି । ତେବେ ଏହି ଘଟଣା ଜାଣିବାପରେ ଶିକ୍ଷୟିତ୍ରୀଙ୍କୁ ଉପସ୍ଥାନ ଖାତା ମାଗିଥିଲେ ଅଭିଭାବକ । ତେବେ ଶିକ୍ଷୟିତ୍ରୀ ନିଜର କ୍ରୋଧ ପ୍ରକାଶ କରିବା ସହ ରାଗିଯାଇ ଖାତାଟିକୁ ଚିରି ଦେଇ ତା' ଉପରେ ଚଢି ଚାଲିଯାଇଥିଲେ।

ତେବେ ସରକାରୀ ନିୟମ ମୁତାବକ ଯେଉଁ ବିଦ୍ୟାଳୟରେ ୧୦ ଜଣ ଛାତ୍ରଛାତ୍ରୀରୁ କମ୍ ପିଲା ଥିବେ, ସେ ବିଦ୍ୟାଳୟକୁ ଭାଙ୍ଗି ଦିଆଯାଇ ନିକଟରେ ଥିବା ବିଦ୍ୟାଳୟରେ ସେ ଛାତ୍ରଛାତ୍ରୀମାନଙ୍କୁ ଅବସ୍ଥାପିତ କରାଯିବ । ଯେହେତୁ ଏହି ବିଦ୍ୟାଳୟରେ ମୋଟ ୧୫ ଜଣ ଛାତ୍ରଛାତ୍ରୀ ଥିଲେ ଏହି ଶିକ୍ଷୟିତ୍ରୀ ଜଣକ ଚକ୍ରାନ୍ତ କରି ଛାତ୍ରଛାତ୍ରୀଙ୍କୁ ଟିସି ଦେଇଦେବା ଫଳରେ ବର୍ତ୍ତମାନ ବିଦ୍ୟାଳୟରେ ମାତ୍ର ୮ ଜଣ ଛାତ୍ରଛାତ୍ରୀ ଅଛନ୍ତି । ତେଣୁ ବିଦ୍ୟାଳୟ ଭାଙ୍ଗି ଯିବାର ସମ୍ଭାବନା ରହିଛି।

ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଶିକ୍ଷୟିତ୍ରୀଙ୍କୁ ଦାୟୀ କରିଛନ୍ତି । ଅନ୍ୟ ବିଦ୍ୟାଳୟ ଏଠାରୁ ଦୂର ହୋଇଥିବାରୁ ସେଠାକୁ ଛୋଟ ଛୋଟ ଛାତ୍ରଛାତ୍ରୀ ଯାଇ ପାଠ ପଢିବା ସମ୍ଭବପର ନୁହେଁ ବୋଲି ଅଭିଭାବକମାନେ ଅଭିଯୋଗ ମଧ୍ୟ କରିଛନ୍ତି। ଏନେଇ ଅଭିଭାବକମାନେ ମିଳିମିଶି ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଘରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ତାଲା ପକାଇ ରଖିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

ddc

Conclusion:
Last Updated : Jun 28, 2019, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.