ETV Bharat / state

କଟକରେ 200 କୋଟିର ଜିଏସଟି ଠକେଇ, 3 ଗିରଫ

author img

By

Published : Dec 22, 2020, 5:41 PM IST

କଟକରେ 200 କୋଟି ଟଙ୍କାର ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାଶ କରିଛି ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ । ଅଧିକ ପଢନ୍ତୁ...

GST enforcement arrested 3 accused in 200 crores GST fraud from cuttack
କଟକରେ 200 କୋଟିର ଜିଏସଟି ଠକେଇ, 3 ଗିରଫ

କଟକ: ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗକୁ ମିଳିଛି ବଡ଼ ସଫଳତା । 200 କୋଟି ଟଙ୍କାର ଜାଲ ବିଲ୍‌ ରାକେଟର ଫର୍ଦ୍ଦାଫାଶ କରିବାରେ ଏହି ଟିମ ସଫଳ ହୋଇଛି । ତେବେ ଏହି ଘଟଣାରେ 3 ମାଷ୍ଟରମାଇଣ୍ଡକୁ ଟିମ ଗିରଫ କରିଛି ।

3 ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣ ରାଉରକେଲାରୁ ଓ ଜଣଙ୍କୁ କଟକ ଚୌଦ୍ବାର ଅଞ୍ଚଳରୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସ୍ମୃତି ରଞ୍ଜନ ମହାନ୍ତି, ରାଜୀବ ମିଶ୍ର ଓ ସୌମ୍ୟ ମହାନ୍ତି । ଅଭିଯୁକ୍ତମାନେ ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ପ୍ରାୟ 40.36 କୋଟି ଟଙ୍କା ଫାଙ୍କି ଥିବା ଅଭିଯୋଗ ହୋଇଛି । 12 କୋଟି ମୂଲ୍ୟର ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ସୃଷ୍ଟି କରିବା ସହ ସେଗୁଡ଼ିକ ପରିଚାଳନା କରି 84.01 କୋଟି ଟଙ୍କାର ଜାଲ କିଣା ବିଲ୍‌ ମାଧ୍ୟମରେ 20.45 କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଆତ୍ମସାତ କରିଥିବା ଜଣାପଡ଼ିଛି । ତେବେ ଏହି କାରବାରରେ ଜିନିଷପତ୍ର ପ୍ରକୃତ କିଣାବିକା ହୋଇନାହିଁ । ସେହିପରି ଜାଲ କାଗଜପତ୍ର ମାଲ କିଣାଯାଇଥିବା ଦର୍ଶାଇ 115.19 କୋଟି ଟଙ୍କାର ଜାଲ ବିଲ୍‌ ବଳରେ 21.91 କୋଟି ଟଙ୍କାର ଇନପୁଟ ଟାକ୍ସ କ୍ରେଡିଟ ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

କଟକରେ 200 କୋଟିର ଜିଏସଟି ଠକେଇ, 3 ଗିରଫ

ଏକ ସୁଚିନ୍ତିତ ଯୋଜନାବଦ୍ଧ ଏହି ମାଷ୍ଟରମାଇଣ୍ଡମାନେ ସେମାନଙ୍କର ଟିକସ ଫାଙ୍କି କାର୍ଯ୍ୟକଳାପ ଚଳାଇଥିଲେ। ନକଲି ଫାର୍ମଗୁଡିକର ପ୍ରୋପାଇଟର ବା ବ୍ୟବସାୟର ମାଲିକମାନଙ୍କ ନାମରେ ଥିବା ଚେକ ବୁକ ଏବଂ ଆରଟିଜିଏସ ଫର୍ମରେ ସେମାନଙ୍କ ଦସ୍ତଖତ ନେଇ ବ୍ୟାଙ୍କ କାରବାର କରିଥିଲେ । ସେହିପରି ସେମାନଙ୍କ ଏଟିଏମ୍ କାର୍ଡ ଓ ୟୁଜର ଆଇଡି ଏବଂ ପାସୱାର୍ଡକୁ ମଧ୍ୟ ଏମାନେ ନିଜର ଅକ୍ତିଆରକୁ ନେଇଥିଲେ । ଫଳରେ ଅନଲାଇନ ବ୍ୟାଙ୍କିଙ୍ଗ କାରବାର କରିବା ପାଇଁ ସେମାନଙ୍କୁ ସୁବିଧା ହୋଇଥିଲା ।

ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଗୃହ ମାଲିକଙ୍କ ସହ ସେମାନେ ଭଡା ରାଜିନାମା କରିଥିଲେ, ୪୦ ବର୍ଷ ପୂର୍ବରୁ ସେହି ଗୃହ ମାଲିକଙ୍କ ମୃତ୍ୟୁ ହୋଇସାରିଥିଲା । ବ୍ୟାଙ୍କ ଓ ବୀମା କମ୍ପାନୀ ସହ ସମ୍ପୃକ୍ତ ଥିବା କିଛି ବ୍ୟକ୍ତିଙ୍କ ସହାୟତା ନେଇଥିବାର ସ୍ପଷ୍ଟ କରିଛି ଜିଏସଟି ବିଭାଗ । ତେବେ ଏପର୍ଯ୍ୟନ୍ତ ଜାଲ ବିଲ୍‌ ଜାରି କରି ପ୍ରାୟ 4700 କୋଟି ଟଙ୍କାର କିଣାବିକା କରିଥିବା ପ୍ରାୟ 16 ଜଣ ବ୍ୟବସାୟୀଙ୍କୁ ରାଜ୍ୟ ଏନଫୋର୍ସମେଣ୍ଟ ୱିଙ୍ଗ‌ ଗିରଫ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.