କଟକ: ସାମାଜିକ ସଙ୍ଗଠନର ମହାନ ପ୍ରୟାସ । ଅସହାୟଙ୍କ ପାଇଁ ନୂଆ ସେବା ଆଣିଲା ସାଇନ ଆଣ୍ଡ ସନ୍ଧ୍ୟା ସଙ୍ଗଠନ । ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଅସହ୍ୟ ଲୋକଙ୍କ ଦୁଃଖ ବୁଝିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଛି ସଙ୍ଗଠନ । ତେବେ ଏହି ଆମ୍ବୁଲାନ୍ସ ସେବା ବିଶେଷକରି କଟକ ଓ ଏହାର ନିକଟସ୍ଥ ଜିଲ୍ଲା କେନ୍ଦ୍ରପଡା, ଭଦ୍ରକ ଆଦି ସ୍ଥାନରେ ଉପଲବ୍ଧ ହେବ ।
ଯେପରି କୌଣସି ଗରିବ ଓ ଅସହାୟ ଲୋକ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସଙ୍ଗଠନ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିବା କହିଛନ୍ତି ସଙ୍ଗଠନର ଉପସଭାପତି ସବିତା ବେହେରା । ଏହା ସମ୍ପୂର୍ଣ୍ଣ ମାଗଣା ହୋଇଥିବାରୁ ଅସହାୟ ଓ ଜରୁରୀକାଳୀନ ରୋଗୀମାନେ ଏହାର ସୁବିଧା ପାଇ ପାରିବେ । ପୂର୍ବରୁ ଏହି ସଙ୍ଗଠନ ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ଆମ୍ବୁଲାନ୍ସ ସେବା ଆଣିବା ପରେ ନିଶ୍ଚୟ ଲୋକେ ଏହାକୁ ଗ୍ରହଣକରିବେ ବୋଲି ସଙ୍ଗଠନ ଆଶା ରଖିଛି । ତେବେ ସାଇନ ଆଣ୍ଡ ସନ୍ଧ୍ୟା ସଙ୍ଗଠନର ଏଭଳି ଉଦ୍ୟମ ପାଇଁ ସାଧାରଣରେ ପ୍ରଶଂସା କରାଯାଉଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ