ETV Bharat / state

ସୁନା କିଣିଲା ବେଳେ ସାବଧାନ ! ପଢନ୍ତୁ HUID ନମ୍ବର ଓ ଠକାମିରୁ ବଞ୍ଚନ୍ତୁ

author img

By

Published : Aug 20, 2023, 9:22 PM IST

Updated : Aug 20, 2023, 9:30 PM IST

ଦେଶ ସାରା ବାଧ୍ୟତାମୂଳକ ହେଲା ହଲମାର୍କ । କେଉଁଠୁ ସୁନା କିଣା ହେଉଛି, ବ୍ୟବସାୟୀ କିଏ ଓ କେଉଁ ହଲମାର୍କ ତାହା ସବୁକିଛି କହିବ HUID ନମ୍ବର। ଅଧିକ ପଢନ୍ତୁ

Gold hallmarking
Gold hallmarking
ସୁନା କିଣିଲା ବେଳେ ସାବଧାନ ! ପଢନ୍ତୁ HUID ନମ୍ବର ଓ ଠକାମିରୁ ବଞ୍ଚନ୍ତୁ

କଟକ: ସୁନା କିଣି ଠକାମିର ଶିକାର ହେଉଛନ୍ତି କି ? ଆପଣଙ୍କୁ ବ୍ୟବସାୟୀ ଠକୁଛନ୍ତି କି ? ଉଚିତ୍‌ ଟଙ୍କା ଦେଇ କମ ମୂଲ୍ୟର ସୁନା କିଣିବା ପରେ ଚିନ୍ତା ରହୁଛି କି ? ତେବେ ଏହି ଦିଗରେ ଏକ ବଡ଼ ପରିବର୍ତ୍ତନ ଆଣିବା ନେଇ ପ୍ରୟାସ ଆରମ୍ଭ କରିଛି କେନ୍ଦ୍ର ସରକାରଙ୍କ ବିଏସଆଇ ହଲମାର୍କ । ଦେଶ ସାରା ହଲମାର୍କ ବାଧ୍ୟତାମୂଳକ ହୋଇଛି । ଯାହାଦ୍ବାରା ଗ୍ରାହକମାନେ ଆଉ ଠକାମିର ଶିକାର ହେବେ ନାହିଁ ।

ଏବେ ଦେଶ ସାରା ହଲମାର୍କ ବାଧ୍ୟତାମୂଳକ ହୋଇଛି । ପୁରୁଣା ହଲମାର୍କରେ 4ଟି ସଙ୍କେତ ରହିଥିଲା । ଯେଉଁଥିରେ କେଉଁ ହଲମାର୍କ କରୁଛି ତାହା ଜଣାପଡୁ ନଥିଲା । ଏବେ କିନ୍ତୁ ହଲମାର୍କ ୟୁନିକ୍‌ ଆଇଡିଣ୍ଟିଫିକେସନ ବା ଏଚୟୁଆଇଡି (HIUD) ନମ୍ବର ସୁନାରେ ରହୁଛି । ଯାହାଦ୍ବାରା ସୁନା ବିଷୟରେ ସବୁ କିଛି ଜଣାପଡିଯିବ । କେଉଁଠୁ ସୁନା କିଣା ହେଉଛି, ବ୍ୟବସାୟୀ କିଏ ଓ କେଉଁ ହଲମାର୍କ ତାହା ସବୁକିଛି ଏହି ଏଚୟୁଆଇଡି ନମ୍ବରରୁ ଜଣାପଡ଼ିଯିବ । ଯାହାଦ୍ବାରା ସାଧାରଣ ଜନତା କେବେ ବି ଠକାମିର ଶିକାର ହେବେ ନାହିଁ ।

ଏହା ବି ପଢନ୍ତୁ- ଓଡିଶାରେ ଲାଗୁ ସୁନା ହଲମାର୍କିଂ, ଫାଇଦା ପାଇବେ କି ଗ୍ରାହକ ?

ତେବେ ଏନେଇ ଆଜି କଟକରେ ଖାଣ୍ଟି ସୁନା ଗହଣା ବିକ୍ରୟ ନେଇ କଟକରେ ଏକ ହଲମାର୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଜୁଏଲର୍ସ ଆସୋସିଏସନ ସହାୟତାରେ ବିଆଇଏସ୍ ପକ୍ଷରୁ କଟକ ମାରଓ୍ବାଡି କ୍ଲବରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଆଇଏସ୍(ହଲମାର୍କ) ନିର୍ଦ୍ଦେଶକ ଯୋଗ ଦେଇ ସୁନା ବିକ୍ରେତାମାନଙ୍କୁ ବିଆଇଏସ୍ ହଲମାର୍କ ଏବଂ HIUD ନମ୍ବର ସମ୍ପର୍କରେ ସଚେତନ କରିଥିଲେ । ନକଲି ସୁନା କାରବାରକୁ ରୋକିବାକୁ କେନ୍ଦ୍ର ସରକାର ସୁନାରେ HIUD ନମ୍ବରକୁ ବାଧ୍ୟତାମୂଳକ କରିଛନ୍ତି । ପ୍ରତ୍ୟେକ ସୁନା ଗହଣାରେ ୬ ଡିଜିଟ୍ HIUD ନମ୍ବର ରହିଛି । ସୁନା ଗହଣାରେ ଥିବା ଏହି ନମ୍ବର ଦ୍ବାରା ଖାଣ୍ଟି ସୁନାର ପ୍ରମାଣ ମିଳିଥାଏ ।

ଏହା ବି ପଢନ୍ତୁ- ସୁନା କିଣୁଛନ୍ତି କି ? ଜାଣି ରଖନ୍ତୁ ଏହି ଖବର ...

ଏହା ସହ ଶୁଦ୍ଧତା ମଧ୍ୟ ଜଣାପଡିବ । ସୁନାରେ ଥିବା ଏହି ନମ୍ବରକୁ ଜାଣିବା ପାଇଁ ମୋବାଇଲ ପ୍ଲେ' ଷ୍ଟୋର୍‌ରେ ବିଆଇଏସ୍ କେୟାର ଆପ୍ଲିକେସନ୍‌ ନାଁରେ ଏକ ଆପ୍ ମଧ୍ୟ ଉପଲବ୍ଧ ହେଉଛି । ଏହି ଆପ୍ଲିକେସନ୍ ମାଧ୍ୟମରେ ସୁନା ଗହଣାର HIUD ନମ୍ବର ଯାଞ୍ଚ କରିପାରିବେ । ତେଣୁ ସୁନା ଗହଣା ବିକ୍ରେତା ଏବଂ ଗ୍ରାହକ ଏଚୟୁଆଇଡି ନମ୍ବର ଯାଞ୍ଚ କରି ସୁନା କିଣିବାକୁ ଅପିଲ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକର ବିଭିନ୍ନ ସୁନା ଦୋକାନୀମାନେ ସାମିଲ ହୋଇଥିଲେ । ତେବେ ଏହି ପ୍ରୟାସ ଲୋକମାନଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବ । କାହିଁକି ନା ଲୋକମାନେ ପୂର୍ବରୁ ଅଜାଣତରେ ଅନେକ ଠକାମିର ଶିକାର ହୋଇଛନ୍ତି । ସୂଚନା ଥାଇ କି ପୂର୍ବରୁ ଦେଶର କିଛି ରାଜ୍ୟରେ ଏହାକୁ ଲାଗୁ କରାଯାଇଥିବା ବେଳେ ଏବେ ସାରା ଦେଶରେ ହଲମାର୍କ ବାଧ୍ୟତାମୂଳକ ହୋଇଛି ।

ଇଟିଭି ଭାରତ, କଟକ

Last Updated : Aug 20, 2023, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.