କଟକ: ବାଙ୍କୀ ଯାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା । ମୃତ ଯୁବତୀ ଜଣଙ୍କ ହେଲେ ତିଗିରିଆ ଅଞ୍ଚଳର ଲିପା ନାୟକ । ତେବେ ପ୍ରେମ ସମ୍ପର୍କକୁ ନେଇ ଏହି କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି ।
ସୂଚନାମୁତାବକ ଉକ୍ତ ଯୁବତୀ ଓ ତାଙ୍କର ପୁରୁଷ ବନ୍ଧୁ ବାଙ୍କୀ ଅଞ୍ଚଳକୁ ବୁଲିବା ପାଇଁ ଆସିଥିଲେ । ଉଭୟଙ୍କ ମଧ୍ୟ କୌଣସି କାରଣରୁ ବତସା ହେବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ତେବେ ସଠିକ୍ ତଥ୍ୟ ମିଳି ପାରିନଥିବା ବେଳେ ପୋଷ୍ଟମର୍ଟମ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ଘଟଣା ସ୍ଥଳରେ ବାଙ୍କୀ ଓ ଡମପଡା ଅଗ୍ନିଶମ ବିଭାଗର ଦୁଇଟି ଟିମ ମୃତୟନ ହୋଇଥିଲେ ।
ତେବେ ସ୍ଥାନୀୟ ଅଞ୍ଚଳ ପକ୍ଷରୁ ସୂଚନା ରହିଛି କି ଯାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ନଦୀକୁ ଡେଇଁବା ଘଟଣା ନୂଆ ନୁହେଁ । ପୂର୍ବରୁ ବାରମ୍ବାର ଏଭଳି ଘଟଣା ଉକ୍ତ ସେତୁ ଉପରେ ଘଟିଥିବା ନଜିର ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ