କଟକ: ଜିଆରପି ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ବିରୋଧରେ ଲଭ, ସେକ୍ସ ଓ ଧୋକା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଯୁବତୀ ଜଣକ ଏନେଇ ଜିଆରପି ଏସପିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଯୁବତୀ ଜଣଙ୍କ ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ କନେଷ୍ଟବଳ ସହ ତାଙ୍କର ଦୀର୍ଘ ୫ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । ଏକ ବିବାହ କାର୍ଯ୍ୟକ୍ରମରେ ଉଭୟଙ୍କ ସାକ୍ଷାତ ହେବା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏମିତିକି ଉଭୟ ଉଭୟଙ୍କୁ ଜୀବନ ସାଥି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଏହାର ସୁଯୋଗ ନେଇ ସମ୍ପୃକ୍ତ କନେଷ୍ଟବଳ ତାଙ୍କ ସହ ଅନେକଥର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ । କିନ୍ତୁ ବିବାହ କଥା କହିଲେ କନେଷ୍ଟବଳ ଜଣକ ଏବେ ରାଜି ହେଉନାହାନ୍ତି । ଅନେକ ଥର ତାଙ୍କୁ ମାଡ଼ ମାରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସମ୍ପୃକ୍ତ କନେଷ୍ଟବଳ ଏହି ଘଟଣାକୁ ଖଣ୍ଡନ କରିଛନ୍ତି । ଯୁବତୀଙ୍କୁ ସେ କେବଳ ବାନ୍ଧବୀ ଭାବରେ ଦେଖୁଥିଲେ ବୋଲି କହିଛନ୍ତି । ଅନ୍ୟପଟେ ଜିଆରପି ଏସପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ