ETV Bharat / state

SCBରେ ଆହତଙ୍କୁ ଭେଟିଲେ ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର

author img

By

Published : Jun 6, 2023, 6:19 PM IST

କଟକ ବଡ଼ ମେଡିକାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର ମନୋଜ ଶର୍ମା । ଅଧିକ ପଢ଼ନ୍ତୁ

balasore train accident
ବାଲେଶ୍ବର ଟ୍ରେନ ଦୁର୍ଘଟଣା
ବାଲେଶ୍ବର ଟ୍ରେନ ଦୁର୍ଘଟଣା

କଟକ: ଏସସିବିରେ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ମନୋଜ ଶର୍ମା । ମେଡିକାଲରେ ପହଞ୍ଚି ସମସ୍ତ ଆହତଙ୍କୁ ଭେଟି ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ତାଙ୍କ ସହ ସ୍ୱତନ୍ତ୍ରୀ ଡାକ୍ତରୀ ଟିମ ମଧ୍ୟ ଆସିଥିଲେ । ଏସିବିରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ ମଧ୍ୟ କରିଛନ୍ତି । ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇଛି । ତାଙ୍କ ଟିମ ଏହା ଉପରେ ନଜର ରଖିଛି । ଆବଶ୍ୟକ ହେଲେ ସମସ୍ତ ପ୍ରକାର ସହଯୋଗ କରିବାକୁ କହିଛନ୍ତି ମନୋଜ ଶର୍ମା ।

ଏହା ମଧ୍ୟ ପଢ଼ନ୍ତୁ: Train tragedy: ‘ଅନେକ ଲୋକେ ପ୍ରାଣ ହରାଇଛନ୍ତି, ସତ ସାମ୍ନାକୁ ଆସୁ’

ରେଳ ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଥିବା ମନୋଜ ଶର୍ମା କହିଛନ୍ତି । ଆବଶ୍ୟକ ପଡ଼ିଲେ ଗୁରୁତର ଆହତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ଭର୍ତ୍ତି କରାଯିବ । ଏପରିକି ଏମ୍ସ‌କୁ ପଠାଯିବ ବୋଲି ସେ କହିଛନ୍ତି। ସେହିପରି ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ତେବେ ଗତ ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ ବଡ ମେଡିକଲ ଆସି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏସସିବିରେ ଆହତଙ୍କ ଚିକିତ୍ସା ବେଶ ଉନ୍ନତ ଭାବରେ କରାଯାଉଥିବା ସେ କହିଛନ୍ତି । କଟକ ବଡ଼ ମେଡିକାଲରେ ସମୁଦାୟ ୧୯୬ ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ରୋଗୀ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୧୪୨ ଜଣ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି । ଯେଉଁ ମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ପ୍ରାୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କଟକ ବଡ଼ ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ: ଆହତଙ୍କୁ ଭେଟିଲେ, ସ୍ବାସ୍ଥ୍ୟବସ୍ଥା ପଚାରିଲେ

ଏହାପୂର୍ବରୁ ଏସସିବିରେ ଚିକିତ୍ସିତ ଆହତଙ୍କୁ ତିନି କେନ୍ଦ୍ରମନ୍ତ୍ରୀ ଭେଟିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ଶିକ୍ଷା, ଦକ୍ଷତା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏସସିବିରେ ଆହତ ମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏଥିସହ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହ ଏସସିବି ଅଧିକ୍ଷକ, ଡିନ, ପ୍ରଫେସର ଏବଂ ପିଜି ଛାତ୍ରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.