କଟକ: ନିର୍ଗୁଣ୍ଡି ଟୋଲଗେଟ୍ ନିକଟରେ ଏକ କାର୍ରୁ 41 କେଜି ଗଞ୍ଜେଇ ଜବତ । ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଏହି ଗଞ୍ଜେଇ ଓ କାରର ମୂଲ୍ୟ ହାରାହାରି 9 ଲକ୍ଷ 50ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
![Ganja worth rs10 lakh seized, 2 arrested](https://etvbharatimages.akamaized.net/etvbharat/prod-images/od-ctc-narayan-ganjaseized2arrest-avo-7204486_15102019231548_1510f_1571161548_594.jpg)
![Ganja worth rs10 lakh seized, 2 arrested](https://etvbharatimages.akamaized.net/etvbharat/prod-images/od-ctc-narayan-ganjaseized2arrest-avo-7204486_15102019231548_1510f_1571161548_632.jpg)
ଏହାସହ ଘଟଣାରେ ସମ୍ପୃକ୍ତ ଥିବା 2 ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଖବର ପାଇ ନିର୍ଗୁଣ୍ଡି ଟୋଲ ଗେଟ୍ ନିକଟରେ ଏକ କାର୍କୁ ଯାଞ୍ଚ କରିବାବେଳେ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣା ପଡ଼ିଥିଲା । ତେବେ ଏହି ଗଞ୍ଜେଇ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି ।
![Ganja worth rs10 lakh seized, 2 arrested](https://etvbharatimages.akamaized.net/etvbharat/prod-images/od-ctc-narayan-ganjaseized2arrest-avo-7204486_15102019231548_1510f_1571161548_1083.jpg)
କଟକରୁ ନାରାୟଣ ସାହୁ, ଇଟିଭି ଭାରତ