ETV Bharat / state

ଗଣେଶ ପୂଜା ପ୍ରସ୍ତୁତି ବୈଠକ, ବେଆଇନ ଚାନ୍ଦା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ - ବିଘ୍ନ ବିନାଶକ ଗଣେଶଙ୍କ ପୂଜା

ଗଣେଶ ପୂଜା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜୋର ଜବରଦସ୍ତ ଚାନ୍ଦା ଆଦାୟ ଉପରେ ଜିରୋ ଟଲୋରାନ୍ସ ଗ୍ରହଣ କରାଯିବା ନେଇ ଚେତାବନୀ । ଅଧିକ ପଢନ୍ତୁ

ganesh puja preparation meeting
ganesh puja preparation meeting
author img

By

Published : Aug 19, 2023, 4:08 PM IST

ganesh puja preparation meeting

କଟକ: ଆସୁଛି ବିଘ୍ନ ବିନାଶକ ଗଣେଶଙ୍କ ପୂଜା । ଚଳିତବର୍ଷ ଧୁମଧାମରେ ପୂଜା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର 19 ତାରିଖରେ ଗଣେଶ ପୂଜା ଥିବା ବେଳେ ପରବର୍ତ୍ତୀ ତିନି ରବିବାର ଅର୍ଥାତ୍ 24, 1 ଏବଂ 8 ତାରିଖରେ ଭସାଣି କରାଯିବ । ସିଏମସି ପକ୍ଷରୁ ହୋଇଥିବା ଅସ୍ଥାୟୀ ପୋଖରୀରେ ମେଢ ଗୁଡିକ ବିସର୍ଜନ କରାଯିବ । ଏନେଇ କଟକ କମିଶନରେଟ ପୋଲିସ ଓ ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଅନ୍ୟପଟେ ଚଳିତ ବର୍ଷ ଗଣେଶ ମୂର୍ତ୍ତିକୁ ବିକୃତ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିଶନରେଟ ପୋଲିସ। ଏହାସହ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଉପରେ ଜିରୋ ଟଲୋରାନ୍ସ ଗ୍ରହଣ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଟୁଇନସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ଗଣେଶ ପୂଜା ଠୁ କଟକରେ ପାର୍ବଣର ଋତୁ ଆରମ୍ଭ ହୋଇଯାଏ। ଚାରି ଆଡ଼େ ଖୁସି ଓ ଆନନ୍ଦର ଲହରି ଖେଳି ଉଠେ କଟକ ସହରରେ । କାରଣ ଏହି ପର୍ବ ପର୍ବାଣୀକୁ ବେଶ ଧୂମଧାମରେ ପାଳନ ହୋଇଥାଏ କଟକରେ । ତେବେ ଗଣେଶ ପୂଜାରେ ପୂଜା ଠୁ ଭସାଣୀ ପର୍ଯ୍ୟନ୍ତ ଯେପରି କୌଣସି ତ୍ରୁଟି ନ ହୁଏ ଏହି ଦିଗରେ ନଜର ରଖିବ କମିଶନରେଟ ପୋଲିସ ।

ଏହା ମଧ୍ୟ ପଢନ୍ତୁ- 3 ବର୍ଷ ପରେ ଧୂମଧାମରେ ହେବ ବିଶ୍ୱକର୍ମା ପୂଜା, ଚମକିବ ବନ୍ଦର ନଗରୀ ପାରାଦ୍ବୀପ

ଏହା ମଧ୍ୟ ପଢନ୍ତୁ- ଦେଶ ଭକ୍ତି ସହ ଦେବୀ ଭକ୍ତିର ମିଶ୍ରଣ, ଝଲସିବ ନକଟିଗୁଡା ପୂଜା ମଣ୍ଡପ

ସେହିପରି ବିଗତ ଦିନରେ କଟକରେ ଅନେକ ପୂଜା ପାର୍ବଣକୁ ସୁରକ୍ଷା ଦେବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଆଉ ଏହି ପାର୍ବଣ ଆରମ୍ଭରେ ଗଣେଶ ପୂଜାକୁ ଶାନ୍ତି ଶୃଂଖଳାରେ ଶେଷ କରିବ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ତେବେ କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ଏହି ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ର, ବିଧାୟକ ସୌଭିକ ବିଶ୍ୱାଳ , ମେୟର ସୁବାସ ସିଂ, ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ, ସହ ଶାନ୍ତି କମିଟି ଓ ବିଭିନ୍ନ ଅନୁଷ୍ଠାନ ଓ କ୍ଲବ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.