ETV Bharat / state

ଲାଲକିଲ୍ଲାରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ

ଭାଇଚାରାର ସହର କଟକରେ ଚାଲିଛି ଗଣପତିଙ୍କ ପୂଜା । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ସଜେଇ ହୋଇଛି ସିଲଭର ସିଟି। ନୂଆବଜାର ସ୍ଥିତ ଦିବ୍ୟଜ୍ୟୋତି କ୍ଲବ ଆକର୍ଷଣୀୟ ଲାଲକିଲ୍ଲା ତୋରଣ ମନ ମୋହୁଛି।

author img

By

Published : Sep 4, 2019, 5:44 PM IST

Updated : Sep 5, 2019, 12:25 PM IST

ଲାଲକିଲ୍ଲାରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ

କଟକ: ଧୂମଧାମରେ ଚାଲିଛି ସାରାଦେଶରେ ଗଜାନନଙ୍କ ପୂଜା । ଅଗ୍ରଦେବତାଙ୍କ ଆରାଧନାକୁ ନେଇ ଉତ୍ସବ ମୁଖର ସମଗ୍ର ଦେଶ । କେଉଁଠି ବିଶାଳ ଗଣେଶ ପ୍ରତିମା ପୂଜା ପାଉଛନ୍ତି ତ କେଉଁଠି ଆକର୍ଷଣୀୟ ତୋରଣ ଶୋଭାପାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଚଳିତ ବର୍ଷ ସିଲଭର ସିଟି କଟକରେ ଶୋଭାପାଉଛି ଦିଲ୍ଲୀର ଲାଲକିଲ୍ଲା । ପବିତ୍ର ଗଣେଷ ପୂଜା ଉପଲକ୍ଷେ ସ୍ଥାନୀୟ ନୂଆପଡାର ଦିବ୍ୟଜ୍ୟୋତି କ୍ଲବ ପକ୍ଷରୁ ଏହି ଏହାର ଆୟୋଜନ କରାଯାଇଛି । ଯାହା ଦିଲ୍ଲୀର ଲାଲକିଲ୍ଲାଠୁ କୌଣସି ଗୁଣରେ କମ ନୁହେଁ । କାରିଗରଙ୍କ ସୂକ୍ଷ୍ମ କାରୁକାର୍ଯ୍ୟରେ ଏକ ଜୀବନ୍ତ ଦୃଶ୍ୟ ଦେଖିବାକୁ ପାଉଛନ୍ତି କଟକବାସୀ ।

ମୋଟ 3 ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି ଏହି ତୋରଣ । ଅନ୍ୟପଟେ ଏହି ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖି ବେଶ ଖୁସି ଓ ଆନନ୍ଦରେ ବିଭୋର ହେଉଛନ୍ତି ଦର୍ଶକ ଓ ଭକ୍ତ। କାରଣ ଲାଲକିଲ୍ଲାର ଜୀବନ୍ତ ଦୃଶ୍ୟ କଟକରେ ପ୍ରଥମ ଥର ଦେଖିବାକୁ ପାଇଛନ୍ତି ଦର୍ଶକ । ଏହାସହ ଦିଲ୍ଲୀ ନହେଲା ନାଇଁ କଟକରେ ତ ହେଲା ଲାଲକିଲ୍ଲା ବୋଲି ଭକ୍ତ ମହଲରେ ଚର୍ଚ୍ଚା ହେଉଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ରେ ଲାଲକିଲା । ଗଣେଶ ପୂଜା ଉପଲକ୍ଷେ ନୂଆପଡା ଅଞ୍ଚଳ ରେ ଦିବ୍ୟଯୋତି କ୍ଲବ ପକ୍ଷରୁ ଏହି ଲାଲକିଲା ର ଆୟୋଜନ କରାଯାଇଛି । ଯାହା ଦିଲ୍ଲୀ ଲାଲକିଲାଠୁ କମ ନୁହେଁ । ସବୁ ଦିଗରେ ଜୀବନ୍ତ ପରି ପରିଲକ୍ଷିତ ହେଉଛି ଏହି ସୁନ୍ଦର କାରୁକାର୍ଯ୍ୟ । କାରିଗର ର ସୂକ୍ଷ୍ମ କାରିଗରୀ ର ଏକ ଜୀବନ୍ତ ଦୃଶ୍ୟ ଦେଖୁଛନ୍ତି କଟକବାସୀ । ସମୁଦାୟ 3 ଲକ୍ଷ ଟଙ୍କା ରେ ନିର୍ମିତ ହୋଇଛି ଏହି ଲାଲକିଲା ତୋରଣ । ଯାହା ସମସ୍ତ ଭକ୍ତ ଓ ଦର୍ଶକ ମାନଙ୍କ ମନକୁ ବେସ ଆମୋଦିତ କରୁଛି ।

Body:ଭିଓ୧: କଟକ ରେ ଲାଲକୀଲା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବଭାବିକ । କାରଣ ଚଳିତ ଗଣେଶ ପୂଜା ରେ ନୂଆପଡା ଅଞ୍ଚଳରେ ନିର୍ମିତ ହୋଇଛି ଏହି ଐତିହାସିକ ତୋରଣ । ଯାହାକୁ ଦେଖିବା ପାଇଁ ସକାଳ ସଂଜେ ଜମୁଛି ଭିଡ଼ । ତେବେ ଏହି ଲାଲକିଲା ନିର୍ମାଣ କରିବା ପାଇଁ 3 ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଦିବ୍ୟଜ୍ୟୋତି ପୂଜାକମିଟି । କେବେଳ ଲୋକମାନଙ୍କ ମଧ୍ୟରେ ଯୁଦ୍ଧ ରେ ବଳିଦାନ ଦେଇଥିବା ବିର ଯବାନ ମାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବଣ୍ଟନ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ ।

ବାଇଟ: ସମରେସ ମଲ୍ଲିକ( ଦିବ୍ୟଜ୍ୟୋତି ପୂଜା କମିଟି ସଦସ୍ୟ )

ଭିଓ୨: ଅନ୍ୟପଟେ ଏହି ଅପୂର୍ବ ଚିତ୍ରପଟ କୁ ଦେଖି ବେଶ ଖୁସି ଓ ଆନନ୍ଦ ରେ ମସଗୁଲ ହେଉଛନ୍ତି ଦର୍ଶକ । କାରଣ ଲାଲକିଲା କୁ ଏତେ ପାଖରୁ ଦେଖିବାର ସୁଯୋଗ ପ୍ରଥମ ଥର ପାଇଁ ଭାଗ୍ୟ ରେ ମିଳିଛି । ଦିଲ୍ଲୀ ଯିବା ତ କଷ୍ଟ ଯଦି କଟକ ରେ ଲାଲକିଲା ଦେଖିବାର ସୁଯୋଗ ମିଳୁଛି ତେବେ ଏହାର ହାତଛଡା କିଏ କରିବ । ଏହା ସହିତ ଲାଲକିଲା କୁ ଦେଖିବା ପରେ ଦେଶ ଭକ୍ତି ର ବୃଦ୍ଧି ପାଉଥିବା କହିଛନ୍ତି ଦର୍ଶକ ।

ବାଇଟ: ଦର୍ଶକ
ବାଇଟ: ଦର୍ଶକ

Conclusion:ଫାଭିଓ: କଟକ ରେ ପ୍ରଥମକରି ନିର୍ମିତ ହୋଇଥିବା ଏହି ଲାଲକିଲା ବାସ୍ତବ ହୋଇନଥିଲେ ସୁଦ୍ଧା ଲୋକଙ୍କ ଭାବ କୁ କିଣି ସାରିଛି । ତେବେ ଦେଖିବାକୁ ବାକି ରହିଲା ଗଣେଶ ପୂଜା ସରିଗଲେ ଏହି ଲାଲକିଲା କୁ କେତେ ଝୁରିବେ ସହରବାସୀ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
Last Updated : Sep 5, 2019, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.