ETV Bharat / state

ଗଡଚାରିପଡାରେ ରାଜତନ୍ତ୍ରର ଝଲକ, ନୂଆ ସାଆନ୍ତ ପାଇଲା ଗାଁ - ସାଆନ୍ତ ବଂଶୀଧର ପାଲଟାସିଂଙ୍କ ଦେହାନ୍ତ

ସାଆନ୍ତ ବଂଶୀଧର ପାଲଟାସିଂଙ୍କ ଦେହାନ୍ତ ପରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗଡ଼ଚାରିପଡ଼ାରେ ନୂଆ ସାଆନ୍ତଙ୍କ ଅଭିଷେକ କରାଯାଇଛି । ଏହି ଅବସରରେ ଗଡ଼ଚାରିପଡ଼ା ଗାଁ ଉତ୍ସବମୁଖର । ଅଧିକ ପଢନ୍ତୁ

ବଂଶୀଧର ପାଲଟାସିଂଙ୍କ ଚର୍ତୁଦଶାହ
ବଂଶୀଧର ପାଲଟାସିଂଙ୍କ ଚର୍ତୁଦଶାହ
author img

By

Published : Sep 11, 2022, 12:33 PM IST

ନିଆଳି: ବର୍ତ୍ତମାନ ଆଉ ରାଜତନ୍ତ୍ର ନାହିଁ କି ରାଜାଙ୍କ ଶାସନ ବି ନାହିଁ । କିନ୍ତୁ ଲୋକେ ରାଜାଙ୍କୁ ମାନି ଆସୁଛନ୍ତି । ଏମିତି ଏକ ପରମ୍ପରା ରହିଆସିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗଡ଼ଚାରିପଡ଼ାରେ । ଏହି ସ୍ଥାନରେ ଦେଖିବାକୁ ମିଳେ ରାଜତନ୍ତ୍ରର ଝଲକ । ପୂର୍ବତନ ସାଆନ୍ତ ବଂଶୀଧର ପାଲଟାସିଂଙ୍କ ଦେହାନ୍ତ ପରେ ନୂଆ ସାଆନ୍ତଙ୍କ ଅଭିଷେକ ଅବସରରେ ଗଡ଼ଚାରିପଡ଼ା ଗାଁ ଉତ୍ସବମୁଖର ହୋଇଉଠିଥିଲା ।

ବଂଶୀଧର ପାଲଟାସିଂଙ୍କ ଚର୍ତୁଦଶାହ

ପ୍ରଥା ଓ ପରମ୍ପରା ଅନୁସାରେ, ପୁରୁଣା ସାଆନ୍ତଙ୍କ ଚର୍ତୁଦଶାହ ଅବସରରେ ନୂଆ ସାଆନ୍ତଙ୍କ ହାତରେ ପାଟ ଖଣ୍ଡା ଦିଆଯିବା ସହ ମୁଣ୍ଡରେ ମୁକୁଟ ପିନ୍ଧାଇ ଅଭିଷେକ ପର୍ବ ସମାହିତ ହୋଇଥିଲା । ୫ ମଠ ଓ ୭ ଗଡ଼ର ଅତିଥିମାନଙ୍କ ଗହଣରେ ଗ୍ରାମଦେବତୀ ପୂଜା କରାଯାଇଥିଲା ଓ ବାଜା, ବାଣ, ରୋଷଣୀ ସହ ପାଇକ ଆଖଡ଼ା ଖେଳରେ ଗାଁ ପ୍ରକମ୍ପିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:ପାରଳା ରାଜା ପରିବାରର ଚଳିତ ଶାସନକୁ ୨ ବର୍ଷ ପୂର୍ତ୍ତି

ଗ୍ରାମବାସୀଙ୍କ କହିବା ଅନୁସାରେ, "ଗଡ଼ଚାରିପଡ଼ା ଏକ କ୍ଷତ୍ରୀୟ ଗାଁ । ପ୍ରାଚୀନ କାଳରୁ ଏହି ଗାଁରେ ସାମନ୍ତ ରାଜା ବିଧି ବ୍ୟବସ୍ଥା ରହିଆସିଛି । ସେ ହିଁ ଗାଁ ମୁଖିଆ ବା ମୁରବି ବୋଲି ବିବେଚିତ ହୋଇଥାଆନ୍ତି । ପରମ୍ପରା ଅନୁସାରେ ଗାଁରେ ଯାହା ଘରେ ବି କିଛି ପର୍ବପର୍ବାଣି ଓ ଯାନିଯାତ୍ରା ହୁଏ ପ୍ରଥମେ ସାଆନ୍ତଙ୍କୁ ଗୁଆ ନିମନ୍ତ୍ରଣ କରାଯା‌ଏ । ଏମିତିକି ସାଆନ୍ତଙ୍କୁ ପ୍ରଥମେ ପ୍ରସାଦ ଅର୍ପଣ କରାଯାଏ ।"

ଗତ ୨୮ ତାରିଖରେ ପୂର୍ବତନ ସାଆନ୍ତ ବଂଶୀଧର ପାଲଟାସିଂଙ୍କ ଦେହାନ୍ତ ହୋଇଥିଲା । ଶନିବାର ଥିଲା ଚର୍ତୁଦଶାହ କାର୍ଯ୍ୟକ୍ରମ । ପ୍ରଥା ଓ ପରମ୍ପରା ଅନୁଯାୟୀ ତାଙ୍କ ବଡ଼ ପୁଅ ବିଜୟ କୁମାର ପାଲଟାସିଂଙ୍କୁ ଗାଦିରେ ବସାଯାଇଛି । ବିଧି ଅନୁସାରେ ସାଆନ୍ତଙ୍କ ଘରେ ବେଦୀରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଗୁରୁଗାଦି ମଠ, ବଡ଼ ମଠ, ଅନ୍ତର୍ବେଦୀ ମଠ, ଦିୱାନ ପାଟଣା ବଡ଼ ମଠ, ଧ୍ୟାନୀ ଦାସ ମଠର ମହନ୍ତ ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା ଓ ହୋମ କରିଥିଲେ । ପ‌ରେ ପରେ ନୂଆ ସାଆନ୍ତଙ୍କ ହାତରେ ପାଟ ଖଣ୍ଡା ପ୍ରଦାନ କରାଯିବା ସହ ମୁଣ୍ଡକୁ ମୁକୁଟ ବା ପଗଡ଼ି ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୭ ଗଡ଼ ଯଥା ଭଅଁରାଗଡ଼, ଶ୍ରୀରାମପୁରଗଡ଼, ବେଙ୍ଗବତୀ ଗଡ଼, ଝିଙ୍କିରିଆ ଗଡ଼, ଗଙ୍ଗେଶ୍ୱର ଗଡ଼, ଆମେଣାକୁଦ ଗଡ଼ ଏବଂ ପଦନପଦା ଗଡ଼ରୁ କ୍ଷତ୍ରୀୟମାନେ ନିମନ୍ତ୍ରଣ ରକ୍ଷା କରି ଉପସ୍ଥିତ ଥିଲେ । ସୁସଜ୍ଜିତ ଯାନରେ ନୂଆ ସାଆନ୍ତଙ୍କୁ ଗାଁ ପରିକ୍ରମାରେ ନିଆଯାଇଥିଲା । ପ୍ରଥମେ ଗ୍ରାମଦେବତୀ ମା’ ଭାକେଶ୍ୱରୀଙ୍କ ମନ୍ଦିରକୁ ଯାଇ ଆଶୀର୍ବାଦ ନେବାପରେ ଯାଇ ଗୁରୁଗାଦି ଦର୍ଶନ କରିଥିଲେ ସାଆନ୍ତ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.