ETV Bharat / state

ମାହାଙ୍ଗା ଡବଲ ମର୍ଡର କେସ୍; ପ୍ରତାପ ଜେନାଙ୍କ ପାଇଁ ବଢିଲା ଅଡୁଆ, ହେବ ସାନି ତଦନ୍ତ - pratap jena involve in mahanga double murder case

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ପୁନଃ ବିଚାରକୁ ନେଇ ଆଉଥରେ ତଦନ୍ତ କରିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ମହାଙ୍ଗା ଡବଲ ମର୍ଡର ମାମଲା ହେବ ସାନି ତଦନ୍ତ
ମହାଙ୍ଗା ଡବଲ ମର୍ଡର ମାମଲା ହେବ ସାନି ତଦନ୍ତ
author img

By

Published : Aug 26, 2021, 6:30 PM IST

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ପୁନଃ ବିଚାରକୁ ନେଇ ଆଉଥରେ ତଦନ୍ତ କରିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ତଦନ୍ତ କରି ମାହାଙ୍ଗା ପୋଲିସ ଚାର୍ଜସିଟରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ କାଟି ଦେବାପରେ ମୃତ କୂଳମଣୀଙ୍କ ପୁଅ ରମାକାନ୍ତ ଏକ ପ୍ରୋଟେଷ୍ଟ ପିଟିସନ ସାଲେପୁର JMFC କୋର୍ଟରେ ଦାଖଲ କରିଥିଲେ ଏବଂ ଏହି ମାମଲାର ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି କୋର୍ଟଙ୍କୁ ନିବେଦନ କରିଥଲେ ।

ମହାଙ୍ଗା ଡବଲ ମର୍ଡର ମାମଲା ହେବ ସାନି ତଦନ୍ତ

ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଅଭିଯୁକ୍ତ ମାନଙ୍କ ତାଲିକାରେ ଥିଲା କିନ୍ତୁ, ତାଙ୍କ ନାଁ ଚାର୍ଜ ସିଟରୁ କଟିଯିବା ପରେ ରମାକାନ୍ତ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନଥିଲେ ଏବଂ ସମସ୍ତ ସାକ୍ଷ ପ୍ରମାଣକୁ ଆଉ ଥରେ ବିଚାରକୁ ନିଆଯିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ଏହାର ଶୁଣାଣି କରି କୋର୍ଟ ଆଜି ଏହି ଘଟଣାର ପୁନଃ ତଦନ୍ତ କରିବା ପାଇଁ ମାହାଙ୍ଗା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜାନୁଆରୀ ମାସ ଦୁଇ ତାରିଖ ଦିନ ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣା ପରେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ମୋଟ 13 ଜଣଙ୍କ ନାଁରେ ଏତଲା ଦେଇଥିଲେ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.