କଟକ: ଫ୍ଲାଏ ଓଭର ସାମଗ୍ରୀ ଚୋରି ଘଟଣାରେ ଗିରଫ ହେଲେ 4 ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ମୀନକେତନ ଓ ତାର 4 ସାଥୀ । ଗୋପାଳପୁର ପୁରୁଣା ଟୋଲଗେଟ ଓଭର ବ୍ରିଜ ନିର୍ମାଣ ଜାରି ରହିଥିବାବେଳେ ଗତ ସପ୍ତାହରେ କିଛି ଦୁର୍ବୃତ୍ତ ସେଠାରୁ ଦାମୀ ଲୁହା ସାମଗ୍ରୀ ଚୋରି କରିଥିବା ଜଣାପଡିଥିଲା । ଫଳରେ ସେଠାରେ ତଦାରଖ ଦାୟିତ୍ୱରେ ଥିବା ବଂଶୀଧର ସାମଲ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ । ତେବେ ଏହି 4 ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ