କଟକ: କଟକରେ ପୁଣି କାୟାବିସ୍ତାର କରୁଛି କୋରୋନା । ସହରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ 44 ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହି ଶିକ୍ଷାନୁଷ୍ଠାନରେ ମୋଟ 234 ଜଣଙ୍କ କୋଭିଡ ପରୀକ୍ଷା ହୋଇଥିଲା । ଏତେ ସଂଖ୍ୟକ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ କ୍ୟାମ୍ପସରେ ସତର୍କତା ଅବଲମ୍ବନ କରାଯାଇଛି ।
ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସିଏମସି ପକ୍ଷରୁ ସୂଚନା ଦିଆଯଇଛି । ଆସନ୍ତା କାଲି(ଗୁରୁବାର) କ୍ୟାମ୍ପସରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କର କୋଭିଡ ପରୀକ୍ଷଣ କରାଯିବ ବୋଲି ଜଣାପଡିଛି । ସେହିପରି ରାଜ୍ୟ ବାହାରୁ ଆସିଥିବା ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା ପାଇଁ ସିଏମସିକୁ ଚିଠି କରିଛନ୍ତି ଶିକ୍ଷାନୁଷ୍ଠାନ କତ୍ତୃପକ୍ଷ ।
ଇଟିଭି ଭାରତ, କଟକ