ETV Bharat / state

ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର ନଦିଆଯିବା ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

author img

By

Published : Dec 18, 2020, 9:23 PM IST

ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆ ନଯିବା ପ୍ରସଙ୍ଗରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କୋରୋନା ମହାମାରୀ ସମୟରେ ପ୍ରାଣ ହରାଇଥିବା ଏକାଧିକ ରାଜନେତା ଓ ଅଭିନେତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିବା ବେଳେ ଦିବଙ୍ଗତ ନେତା ଶରତ କରଙ୍କୁ କାହିଁକି ଏହି ସମ୍ମାନ ପ୍ରଦାନ କରାଗଲା ନାହିଁ ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ...

ପୁର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା ପ୍ରସଙ୍ଗ: ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆ ନଯିବା ପ୍ରସଙ୍ଗରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଜବାବ ଦାଖଲ କରିବାକୁ ପୁଣି ସମୟ ନେଇଛନ୍ତି ରାଜ୍ୟ ସରକାର । ଜବାବ ଦାଖଲ ପାଇଁ ସରକାର ଦୁଇ ସପ୍ତାହ ସମୟ ନେଇଛନ୍ତି । ଜାନୁଆରୀ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପାଇଁ ଧାର୍ଯ୍ୟ କରାଯାଇଛି ।

ମାମଲାରେ ଦର୍ଶା ଯାଇଛି ଯେ, ପ୍ରବୀଣ ରାଜନୈତିଜ୍ଞ ଶରତ କର ସେପ୍ଟେମ୍ବର ୧୨ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିଲେ । ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇନଥିଲା । ଏହା ତାଙ୍କ ପ୍ରତି ଅସମ୍ମାନ ବୋଲି ପିଟିସନରେ ଆବେଦନକାରୀ ଦର୍ଶାଇଛନ୍ତି । କୋରୋନା ମହାମାରୀ ସମୟରେ ପ୍ରାଣ ହରାଇଥିବା ଏକାଧିକ ରାଜନେତା ଓ ଅଭିନେତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିବା ବେଳେ ଦିବଙ୍ଗତ ନେତା ଶରତ କରଙ୍କୁ କାହିଁକି ଏହି ସମ୍ମାନ ପ୍ରଦାନ କରାଗଲା ନାହିଁ ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି ।

ସ୍ୱର୍ଗତ ଶରତ କର ମାହାଙ୍ଗାରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିବା ବେଳେ ଏହି ଘଟଣା ମାହାଙ୍ଗାବାସୀଙ୍କୁ ଆଘାତ ଦେଇଛି । ଏଭଳି ନିଷ୍ପତ୍ତି ନେଇଥିବା ପଦାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲାରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ମାମଲାରେ ଗୃହ ବିଭାଗ ସଚିବ, ବିଧାନସଭା ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ମାହାଙ୍ଗା ବାସିନ୍ଦା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.