ETV Bharat / state

Baliyatra2022: ଫୁଡ୍‌ଷ୍ଟଲରେ ଚଢାଉ, ବେଶି ନଷ୍ଟ ହେଉଛି ଆମିଷ ଖାଦ୍ୟ

କଟକ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ତରଫରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଷ୍ଟଲରେ ଘନ ଘନ ଯାଞ୍ଚ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Nov 16, 2022, 10:30 PM IST

ବାଲିଯାତ୍ରା 2022 : ଫୁଡ୍ ଷ୍ଟଲରେ ଚଢାଉ, ୮ କ୍ବିଣ୍ଟାଲର ଖାଦ୍ୟ ନଷ୍ଟ କରିସାରିଲାଣି CMC

କଟକ: ଦୁଲୁକୁଛି ଐତିହାସିକ ବାଲିଯାତ୍ରା । ଏହାକୁ ନଜରରେ ରଖି ଖାଦ୍ୟ ସାମଗ୍ରୀର ମଧ୍ୟ ବଢୁଛି ଚାହିଦା । ଏନେଇ କଟକ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ତରଫରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଷ୍ଟଲରେ ଘନ ଘନ ଯାଞ୍ଚ କରାଯାଇଛି । ଦର୍ଶକମାନଙ୍କୁ ଫ୍ରେଶ୍ ଖାଦ୍ୟ ଦେବାକୁ ସିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସତ୍ତ୍ବେ ଯାବତ 8 କ୍ୱିଣ୍ଟାଲର ଉର୍ଦ୍ଧ୍ବ ଖାଦ୍ୟ ନଷ୍ଟ କରି ସାରିଛି CMC ଖାଦ୍ୟ ସୁରକ୍ଷା ସ୍କ୍ବାର୍ଡ ।

ଦୁଇ ବର୍ଷର କରୋନା କଟକଣା ପରେ ବେଶ୍ ଭିଡ ଜମୁଛି ବାଲିଯାତ୍ରା ପଡିଆରେ । ଏହା ସହିତ ବାଲିଯାତ୍ରାରେ ଫୁଡ୍ ଷ୍ଟଲରେ ଦର୍ଶକଙ୍କ ଅଧିକ ଭିଡ ଦେଖିବାକୁ ମିଳିଛି । ବାଲିଯାତ୍ରାକୁ ବୁଲିବାକୁ ଆସୁଥିବା ଗ୍ରାହକ ଯେମିତି କୌଣସି ପ୍ରକାର ଅସ୍ବାସ୍ଥ୍ୟକର ଖାଦ୍ୟ ସାମଗ୍ରୀ ନଖାନ୍ତୁ ସେଥିପାଇଁ ଆକ୍ସନ ମୁଡରେ ଆସିଛନ୍ତି କଟକ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀ । ଏପରି ସ୍ଥଳେ କଟକ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀ ସକାଳେ ସଞ୍ଜ ବଡ଼ ଛୋଟ ଖାଦ୍ୟ ଷ୍ଟଲରେ ଖାଦ୍ୟ ଯାଞ୍ଚ କରୁଛନ୍ତି ।

ବାଲିଯାତ୍ରାରେ ବିକ୍ରି ହେଉଥିବା ଖାଦ୍ୟ ବାସୀ ବା ନଗଦ ତାହାକୁ ଜାଣିବା ଦର୍ଶକ ମାନଙ୍କ ପାଇଁ କଷ୍ଟସାଧ୍ୟ । ବିଶେଷକରି ଆମିଷ ଖାଦ୍ୟ ନଷ୍ଟ କରୁଛି ସିଏମସି । ଏଯାବତ 8 କ୍ୱିଣ୍ଟାଲର ଉର୍ଦ୍ଧ୍ବ ଖାଦ୍ୟ ନଷ୍ଟ କରି ସାରିଛି ସ୍କ୍ବାର୍ଡ । ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ଯେପରି ବାସୀ ଖାଦ୍ୟ ବିକ୍ରି ନ କରନ୍ତୁ ସେନେଇ ତାଗିଦ ମଧ୍ୟ କରଯାଇଛି । ଆଉ ହାତରେ ମାତ୍ର ଗୋଟିଏ ଦିନ ରହିଥିଲା ବେଳେ ଯେପରି ଦର୍ଶକ ମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସକାଳେ ଓ ସନ୍ଧ୍ୟାରେ ବାଲିଯାତ୍ରା ଉପର ଓ ତଳ ପଡିଆରେ ଥିବା ଖାଦ୍ୟ ଷ୍ଟଲରେ ଚଢ଼ାଉ କରୁଛି ଟିମ୍‌ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.