ETV Bharat / state

ଖୁବ୍ ଜମିଲା ଫୁଡ୍‌ କୋର୍ଟ @ରେଭେନ୍ସା

author img

By

Published : Feb 4, 2019, 2:08 PM IST

ଘରେ ନୁହେଁ ଏବେ ଫୁଡ୍‌ କୋର୍ଟରେ ଚାଲିଛି ସହପାଠୀ-ସହପାଠିନୀଙ୍କୁ ଖାଦ୍ୟ ପରଷା । ଦେଶୀ, ବିଦେଶୀ ଟେଷ୍ଟି ଖାଦ୍ୟର ସ୍ୱାଦ ଟିକେ ପାଇଁ ଜମୁଛି ଭିଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଘରେ ନୁହେଁ ଏବେ ଫୁଡ୍‌ କୋର୍ଟରେ ଚାଲିଛି ସହପାଠୀ-ସହପାଠିନୀଙ୍କୁ ଖାଦ୍ୟ ପରଷା । ଦେଶୀ, ବିଦେଶୀ ଟେଷ୍ଟି ଖାଦ୍ୟର ସ୍ୱାଦ ଟିକେ ପାଇଁ ଜମୁଛି ଭିଡ । ପାଠପଢା ସହ ଲିଜର ଟାଇମରେ ଖାଦ୍ୟର ମଜା ନେବା ପାଇଁ ଆରମ୍ଭ ହୋଇଛି ଫୁଡ୍‌ ଫେଷ୍ଟିଭାଲ । ସ୍ଥାନୀୟ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କିଛି ଭିନ୍ନ ପ୍ରୟାସ କରି କଲେଜ କ୍ୟାମ୍ପସ୍‌ରେ ଆରମ୍ଭ କରିଛନ୍ତି ଏହି ଫେଷ୍ଟିଭାଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
undefined

ପାଠପଢା ପରେ ଏକାଠି ହୋଇ ସାଙ୍ଗସାଥୀଙ୍କ ସହ ଖାଦ୍ୟ ଖାଇବାର ଯେଉଁ ମଜା ରହିଛି ତାହା ନିଆରା । ତେବେ ଏହି ମଜା ସେତେବେଳେ ଦ୍ୱିଗୁଣିତ ହୋଇଯାଏ ଯେବେ କଥା ଆସେ ଫୁଡ୍‌ ଫେଷ୍ଟିଭାଲର । ଯାହା ଦୁଇ ଦିନ ଧରି ରେଭେନ୍ସା ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କୌଣସି ବାହାର କ୍ୟାଟ୍ରିଂ ସର୍ଭିସ ନୁହେଁ ବରଂ ଭାଗ ନେଇଥିଲେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗ୍ରାହକ ସାଜିଥିଲେ ସହପାଠୀ ।

ଚିକେନ୍‌ ପକୋଡା, ମାଂସ ତରକାରୀ, ମାଛ, ଚକୁଳି ପିଠା, ଚାଟ୍‌, ଫ୍ରୁଟ୍‌ ସାଲାଡ୍‌ଠାରୁ ଆରମ୍ଭ କରି ଆହୁରି କେତେ କଣ । ଏସବୁକୁ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିଲା ଫୁଡ୍‌ କୋର୍ଟରେ । ଯେଉଁଥିରେ ସାମିଲ ହୋଇ ବେଶ୍‌ ଖୁସି ପ୍ରକାଶ କରିଥିଲେ ଛାତ୍ରଛାତ୍ରୀ । ମୋଟ୍‌ 50ଟି ଷ୍ଟଲକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ନିଜେ ଖାଦ୍ୟ ପ୍ରସ୍ତୁତ କରି ଖୁସିର ସହ ସଭିଙ୍କୁ ପରଷିଥିଲେ । ନା ଥିଲା ବ୍ୟବସାୟର ଲୋଭ, ନା ଥିଲା ପ୍ରତିଯୋଗିତାରେ ଜିତିବାର ଆଶା । ବାସ୍‌ ପ୍ରୟାସ ଥିଲା ବ୍ୟସ୍ତ ସମୟ ଭିତରେ କିଛି ସମୟ ନିଜକୁ ଦେଇ ସାଙ୍ଗମାନଙ୍କ ସହ ଖାଦ୍ୟର ମଜା ଉଠାଇବାର ।

ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା କ୍ରୀଡା ଉତ୍ସବକୁ ମହୋତ୍ସବରେ ପରିଣତ କରିବା ପାଇଁ ଏହା ଥିଲା ପ୍ରଥମ ପ୍ରୟାସ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ଉତ୍ସାହକୁ ଦେଖି ଏହି ମେଳାକୁ ଆଗାମୀ ବର୍ଷମାନଙ୍କରେ ମଧ୍ୟ କରିବା ପାଇଁ ପ୍ରକାଶ କରିଛନ୍ତି ରେଭେନ୍ସା କୁଳପତି ।

undefined

ତେବେ ଏହି ମେଳାକୁ ନେଇ ସବୁଠାରୁ ମଜାଦାର କଥା ହେଉଛି କି ମେଳାରେ ଲାଗିଥିବା ଷ୍ଟଲ ସବୁରେ ଛାତ୍ରଛାତ୍ରୀ ନିଜ ବିଭାଗ ଅନୁଯାୟୀ ଷ୍ଟଲର ନାମକରଣ କରିଥିଲେ । ଏଥିସହ ଆଗାମୀ ନିର୍ବାଚନରେ ଭୋଟ ଦେବା ପାଇଁ ସଚେତନ କରି ରାଜନୈତିକ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ସନ୍ଦେଶ ବାଣ୍ଟିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.