କଟକ: ମଙ୍ଗଳବାର ମୁଣ୍ଡୁଲି ଓ ନରାଜରେ ପହଞ୍ଚିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବନ୍ୟାଜଳର ମୁକାବିଲା ପାଇଁ ଉଭୟ ବ୍ୟାରେଜର ଅଧକାରୀ ପ୍ରସ୍ତୁତ ରହିଛନ୍ତି । ବର୍ତ୍ତମାନ ସମୟରେ ଯେତିକି ଜଳ ହୀରାକୁଦରୁ ଆସୁଛି ସେଥିରେ କୌଣସି ବିପଦ ନାହିଁ ।
ଆଜି(ସୋମବାର) ସକାଳ 9ଟା ସୁଦ୍ଧା 54000ରୁ ଉର୍ଦ୍ଧ୍ବ କ୍ୟୁସେକ ଜଳ ହୀରାକୁଦରେ ପ୍ରବାହିତ ହେଉଛି । ତେବେ ଗତବର୍ଷ ଯେପରି ବନ୍ୟାଜଳ ମୁକାବିଲାରେ ବିଭାଗ ସଫଳ ହୋଇଥିଲା, ସେହି ଅନୁସାରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ତେବେ ହୀରାକୁଦରୁ ଯେଉଁ ବନ୍ୟାଜଳ ଆସୁଛି ତାହା ଏତେ ବିପଦଜନକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ବିଭାଗୀୟ ଅଧକାରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ