କଟକ: ଶନିବାର ସକାଳ ୯ଟା ସୁଦ୍ଧା ମୁଣ୍ଡଳୀ ଦେଇ ୯ ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ନରାଜରେ ୪ ଲକ୍ଷ ୫୬ ହଜାର ୧୩୬ କ୍ୟୁସେକ ବନ୍ୟାଜଳ କାଠଯୋଡ଼ିକୁ ନିଷ୍କାସିତ ହେଉଥିବା ବେଳେ ଅବଶିଷ୍ଟ ଯୋବ୍ରା ଆନିକଟରେ ମହାନଦୀକୁ ନିଷ୍କାସିତ ହେଉଛି।
ଚଳିତବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟମରୁ ବଡ଼ ବନ୍ୟାର ସମ୍ଭାବନା ମଧ୍ୟ ରହିଛି । ବିଶେଷକରି ତଳିଆ ଅଞ୍ଚଳ ପାଇଁ ବିପଦ ମଧ୍ୟ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ବନ୍ୟାଜଳ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଥିବା ନରାଜ ବ୍ୟାରେଜ ଯନ୍ତ୍ରୀ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ