ETV Bharat / state

ମାହାଙ୍ଗା ହତ୍ୟାକାଣ୍ଡ: ତଦନ୍ତ କରିବ ପୋଲିସର 5ଟି ସ୍ବତନ୍ତ୍ର ଟିମ୍ - କଟକ ଏସପି ସାମ୍ବାଦିକ ସମ୍ମିଳନୀ

ମାହାଙ୍ଗା ହତ୍ୟାକାଣ୍ଡର ତଦନ୍ତ କରିବ ଜିଲ୍ଲା ପୋଲିସର 5ଟି ଟିମ। ଜଣେ ଡିଏସପି ଓ ଦୁଇ ଜଣ ଅତିରିକ୍ତ ଏସପି ଏହି ଟିମର ନେତୃତ୍ବ ନବେ। ଦୁର୍ବୃତ୍ତଙ୍କ ନାମରେ ଅଭିଯୋଗ ପରେ ବର୍ତ୍ତମାନ ସେମାନଙ୍କ ବିରୋଧରେ ପ୍ରମାଣ ଖୋଜା ଚାଲିଛି ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ପୋଲିସ ଏସପି। ଅଧିକ ପଢ଼ନ୍ତୁ...

five special team will investigate mahanga double murder case says cuttack sp
ମହାଙ୍ଗା ହତ୍ୟାକାଣ୍ଡ: ତଦନ୍ତ କରିବ ପୋଲିସର 5ଟି ସ୍ବତନ୍ତ୍ର ଟିମ୍
author img

By

Published : Jan 3, 2021, 5:37 PM IST

Updated : Jan 3, 2021, 9:06 PM IST

କଟକ: ମାହାଙ୍ଗା ହତ୍ୟାକାଣ୍ଡର ତଦନ୍ତ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ 5ଟି ଟିମ ଗଠନ ହୋଇଛି। ଜଣେ ଡିଏସପି ଓ ଦୁଇ ଜଣ ଅତିରିକ୍ତ ଏସପି ଏହି ଟିମର ନେତୃତ୍ବ ନେବେ। ବର୍ତ୍ତମାନ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମୁତୟନ ରହିଛି। ଦୁର୍ବୃତ୍ତଙ୍କ ନାମରେ ଅଭିଯୋଗ ପରେ ବର୍ତ୍ତମାନ ସେମାନଙ୍କ ବିରୋଧରେ ପ୍ରମାଣ ଖୋଜା ଚାଲିଛି ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ପୋଲିସ ଏସପି।

ମାହାଙ୍ଗା ହତ୍ୟାକାଣ୍ଡ: ତଦନ୍ତ କରିବ ପୋଲିସର 5ଟି ସ୍ବତନ୍ତ୍ର ଟିମ୍

ଧାରା 302ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ପୋଲିସ ପକ୍ଷରୁ ଗଠିତ ହୋଇଥିବା 5ଟି ଟିମରେ ଜଣେ ଲେଖାଏଁ ଇନସ୍ପେକ୍ଟର ରହିଛନ୍ତି। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ହୋଇଛି ସେମାନଙ୍କ ସହ ଅନ୍ୟ କେତେଜଣଙ୍କୁ ସନ୍ଦେହ ଘେରକୁ ନିଆଯାଇଛି। ସାଇଣ୍ଟିଫିକ ତଥ୍ୟ ଆସିବା ପରେ ତଦନ୍ତ ପ୍ରକ୍ରିୟା ଜୋରଦାର ହେବା ନେଇ କଟକ ଗ୍ରାମାଞ୍ଚଳ ପୋଲିସ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତକାଲି(ଶନିବାର) ବିଜେପି ନେତା କୂଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ ମାହାଙ୍ଗା ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତେବେ ପୋଲିସ ଏନେଇ କୌଣସି ସ୍ପଷ୍ଟୋକ୍ତି ଦେଇନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ସେପଟେ ଶାସକ ଦଳ ବିଜେଡି କର୍ମୀ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଅଭିଯୋଗ କରିଛନ୍ତି କୂଳମଣିଙ୍କ ନାତି। ଯଥାଶୀଘ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବିଜେପି କର୍ମୀ। କୂଳମଣି ସ୍ଥାନୀୟ ଅଞ୍ଚଳରେ ଟାଣୁଆ ନେତା ଭାବରେ ପରିଚିତ ଥିଲେ। ଗତ କିଛି ଦିନ ପୂର୍ବେ ସେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 3, 2021, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.