କଟକ: ରବିବାର ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିବ ପ୍ରଥମ ବନ୍ୟାଜଳ । ହୀରାକୁଦରୁ ନିଷ୍କାସିତ ଜଳର ପରିମାଣ ବହୁତ କମ ଥିବାରୁ ଏବଂ ମହାନଦୀ ଶୁଖିଲା ଥିବାରୁ ଏହା କୌଣସି ପ୍ରଭାବ ପକାଇବ ନାହିଁ ।
ସେହିପରି ହୀରାକୁଦରୁ ୨ ଲକ୍ଷ ୪୬ ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ଏହା ମୁଣ୍ଡଳୀରେ ପହଞ୍ଚିଲେ ୨ ଟି ବ୍ୟାରେଜ ଦେଇ ଛଡାଯିବ । ନାରାଜରେ ୪୦ ପ୍ରତିଶତ ଓ ଯୋବ୍ରାରେ ୬୦ ପ୍ରତିଶତ ବନ୍ୟାଜଳ ନିଷ୍କାସିତ କରାଯିବ । ତେବେ ନାରାଜ ବ୍ୟାରେଜ ଠାରେ ୧୩ଟି ଗେଟରେ ଏବେ ୨୩ ହଜାର ୨୬୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହି ବନ୍ୟାଜଳ ତଳିଆ ଅଞ୍ଚଳ ପ୍ରତି କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ବ୍ୟାରେଜ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ