କଟକ: ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ । ପଢ଼ିଆରୀ ପାଠାଗାର ସମ୍ମୁଖରେ ଥିବା ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସର୍ଟ୍ସର୍କିଟ୍ ଯୋଗୁଁ ଲୁଗା ଦୋକାନରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି 6 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଏଥିରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-ପ୍ରେମ ଓ ପୂର୍ବ ଶତ୍ରୁତା ପାଇଁ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ ! ଜଣେ ମୃତ
ଆଜି ସକାଳ ସମୟରେ ଲୁଗାଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । କେହି କିଛି ଜାଣିବା ଆଗରୁ ହୁତୁହୁତୁ ହୋଇ ଜଳି ଉଠିଥିଲା 5 ମହଲା ବିଶିଷ୍ଟ ଗାରମେଣ୍ଟ ସପ । ଏନେଇ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । 9ଟି ଅଗ୍ନିଶମ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିଲେ । ନିଆଁର ମାତ୍ରା ଅଧିକ ଥିବାରୁ ସୋ ରୁମ ଭିତରକୁ ପ୍ରବେଶ କରିବା ଏକ ପ୍ରକାର କଷ୍ଟକର ହୋଇ ପଡିଥିଲା । କିନ୍ତୁ 6 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି ।
ଅଗ୍ନିକାଣ୍ଡ ସମୟରେ ଲୁଗା ଦୋକାନ ଭିତରେ କେହି ଥିଲେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡି ପାଉଁଶ ହୋଇଯାଇଥିବା କୁହାଯାଉଛି । ସର୍ଟସର୍କିଟ ଯୋଗୁ ଲୁଗା ଦୋକାନରେ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପାଞ୍ଚ ମହଲା ବିଲ୍ଡିଂର 3 ମହଲା ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ 2ଟି ମହଲା ଆଂଶିକ କ୍ଷୟକ୍ଷତି ହୋଇଛି । ସେପଟେ ଖବର ପାଇ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- କଟକରେ ହୁତୁହୁତୁ ହୋଇ ଜଳିଗଲା ବସ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଏପ୍ରିଲ 17 ତାରିଖରେ ଲିଙ୍କ୍ ରୋଡ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଥିଲା । ରାସ୍ତାରେ ଠିଆ ହୋଇଥିବା ବସ୍ରେ ହଠାତ ନିଆଁ ଲାଗିଥିଲ । ବସଟି ଦୀର୍ଘଦିନ ହେବ ଠିଆ ହୋଇ ରହିଥିବା ବେଳେ ହଠାତ ସେଥିରେ ନିଆଁ ଲାଗିଥିଲା । ବସ ପାଖରେ ଥିବା ଏକ ପାନ ଦୋକାନରେ ନିଆଁ ଲାଗିବାରୁ ତାହା ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ଦୋକାନ ମାଲିକ ଖରାବେଳେ ଦୋକାନ ବନ୍ଦ କରି ଖାଇବାକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଧୁମ୍ରପାନ ଯୋଗୁଁ ଏପରି ନିଆଁ ଲାଗିଥିବା ଅନୁମାନ କରାଯାଉଥିଲା ।
ଇଟିଭି ଭାରତ, କଟକ