ETV Bharat / state

ଦୀପାବଳୀରେ ଅଗ୍ନିକାଣ୍ଡ, ଜଳିଗଲା ଲୁଗାଦୋକାନ - ଭୟାବହ ଅଗ୍ନିକାଣ୍ଡ

ନୟାସଡ଼କର ଓଟିଏମ୍ ଲୁଗା ଦେକାନର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ । ବାଣ ପଡି ଦୋକାନରେ ନିଆଁ ଲାଗିଥିବା ନେଇ ସନ୍ଦେହ । ଅଧିକ ପଢନ୍ତୁ

ଦୀପାବଳୀରେ ଅଗ୍ନିକାଣ୍ଡ,ଜଳିଗଲା ଲୁଗାଦୋକାନ
ଦୀପାବଳୀରେ ଅଗ୍ନିକାଣ୍ଡ,ଜଳିଗଲା ଲୁଗାଦୋକାନ
author img

By

Published : Oct 25, 2022, 8:43 AM IST

Updated : Oct 25, 2022, 9:14 AM IST

କଟକ: ଦୀପାବଳିରେ ଅଘଟଣ । ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ମାହୋଲ ରହିଥିବାବେଳେ, କିଛି ସ୍ଥାନରେ ବାଣ ପଡି ଅଘଟଣର ଖବର ସାମ୍ନାକୁ ଆସୁଛି । ସେହିପରି କଟକ ନୟାସଡ଼କର ଓଟିଏମ୍ ଲୁଗା ଦେକାନର ଉପର ମହଲାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଘଟଣା ସ୍ଥଳରେ ୨ଦମକଳ ଆସି ନିଆଁକୁ ଆୟତ୍ତ କରିଛି ।

ଦୀପାବଳୀରେ ଅଗ୍ନିକାଣ୍ଡ,ଜଳିଗଲା ଲୁଗାଦୋକାନ

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ବାଣ ପଡି ଦୋକାନରେ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୁଧା ସଠିକ ଆକଳନ କରାଯାଇ ପାରିନାହିଁ । ବଡଧରଣର କ୍ଷୟକ୍ଷତି ଆଶଙ୍କା ରହିଛି । ଅନ୍ୟପଟେ ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟାବହ ବାତାବରଣ ସୃଷ୍ଟି ହୋଇଛି ।

ସୂଚନା ଥାଉକି, ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବ୍ରଜ ମୋହନ ସ୍କୁଲ ନିକଟରେ ଥିବା କବାଡିଖାନାରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । କବାଡିଖାନାରେ ଥିବା ସମସ୍ତ ଜିନିଷ ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ କବାଡିଖାନାରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, କଟକ

Last Updated : Oct 25, 2022, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.