ETV Bharat / state

୪ ବର୍ଷ ପୂର୍ବେ ଯାଇଥିଲେ ଯବାନ...ନା ପହଞ୍ଚିଲେ କର୍ମକ୍ଷେତ୍ରରେ ନା ବାହୁଡିଲେ ଜନ୍ମମାଟିକୁ - ଭାରତୀୟ ସେନା

୪ ବର୍ଷ ହେଲାଣି ମିଳୁନି ଯବାନଙ୍କ ପତ୍ତା । ଖୋଜିଖୋଜି ପରିବାରର ଶୁଖୁନି ଲୁହ । ନିଆଳି ଥାନା ମାଧବ ପ୍ରଧାନ ସାହିର ପ୍ରଶାନ୍ତ ଭୋଇ ନିଖୋଜ । ଅଧିକ ପଢନ୍ତୁ...

Army jawan missing last 4 years
ଯବାନ ନିଖୋଜ ହୋଇ ହୋଇଗଲା ୪ ବର୍ଷ କିନ୍ତୁ ମିଳୁନି ପରିଚୟ କିଛି ଖୋଜ ଖବର
author img

By

Published : Nov 15, 2021, 9:32 PM IST

ନିଆଳି: ଘର ଅଗଣାରେ କାନ୍ଦିକାନ୍ଦି ଲୋଟି ପଡୁଛନ୍ତି ବାପା ମା । ବୁକୁଫଟା ଚିତ୍କାରରେ ଫାଟି ପଡୁଛି ଘର ଅଗଣା । ମଝିରେ ମଝିରେ ଚେତାଶୂନ୍ୟ ବି ହୋଇପଡୁଛନ୍ତି ମା’ । ଘରର ଏକମାତ୍ର ରୋଜଗାରିଆ ପୁଅ ୪ ବର୍ଷ ହେଲାଣି ନିଖୋଜ । କଟକ ନିଆଳି ଥାନା ମାଧବ ପଞ୍ଚାୟତର ପ୍ରଧାନ ସାହି ସୁରେନ୍ଦ୍ର ଭୋଇଙ୍କ ପରିବାରରେ ଘଟିଛି ଏମିତି କିଛି ଅଘଟଣ ।

ଯବାନ ନିଖୋଜ ହୋଇ ହୋଇଗଲା ୪ ବର୍ଷ କିନ୍ତୁ ମିଳୁନି ପରିଚୟ କିଛି ଖୋଜ ଖବର

୨୦୧୩ ଜୁନ ୧୮ ତାରିଖରେ ଭାରତୀୟ ସେନାରେ ନିଯୁକ୍ତି ପାଇଥିଲେ ପୁଅ ପ୍ରଶାନ୍ତ ଭୋଇ । ସେନାରେ ଚାକିରି ପାଇବା ପରେ ଖୁସିରେ ଫାଟିପଡୁଥିଲା ପରିବାର। ପୁଅ ପ୍ରଶାନ୍ତ ଶେଷଥର ଫାଇଁ ରଜ ଛୁଟିରେ ଘରକୁ ଆସିଥିଲେ । କିନ୍ତୁ ପ୍ରଶାନ୍ତଙ୍କ ଛୁଟି ସରିବା କ୍ଷଣି ହିଁ ଘନେଇ ଆସିଥିଲା ଦୁଃଖର କଳାବାଦଲ । ୨୦୧୮ ଜୁନ ମାସରେ ଛୁଟି ସାରି ଡ୍ୟୁଟିରେ ଯୋଗ ଦେବା ପାଇଁ ଫେରିଥିଲେ ପ୍ରଶାନ୍ତ । ଆଉ ଏଯାଏଁ ପହଞ୍ଚି ନାହାନ୍ତି ନିଜ କର୍ମକ୍ଷେତ୍ରରେ, ନା ବାହୁଡିଛନ୍ତି ନିଜ ଜନ୍ମମାଟିକୁ ।

ଦୀର୍ଘ ୪ ବର୍ଷ ଧରି ପ୍ରଶାନ୍ତଙ୍କ ମିଳୁନି କୌଣସି ଖୋଜ ଖବର । ଯବାନ ପ୍ରଶାନ୍ତଙ୍କ ନିଖୋଜ ସମ୍ପର୍କରେ ପିତା ସୁରେନ୍ଦ୍ର ଭୋଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। କଟକ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ ଆର୍ମି ବିଭାଗକୁ ପତ୍ର ବି ଲେଖିଛନ୍ତି। ନିଖୋଜ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାନ୍ତ କେଉଁଠି ଅଛନ୍ତି ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ସେପଟେ ନିଖୋଜ ଯବାନଙ୍କ ମା’ ମଞ୍ଜୁ କର୍କଟ ରୋଗରେ ପୀଡିତ। ଗୋଟିଏ ପଟେ ପୁଅ ନିଖୋଜର ଦୁଃଖ ଓ ଅନ୍ୟପଟେ ରୋଗାଗ୍ରସ୍ତ ମା’ଙ୍କ ଯନ୍ତ୍ରଣା ସମ୍ପୂର୍ଣ୍ଣ ପରିବାରକୁ ଭାଙ୍ଗି ଦେଇଛି ।

ପୁଅ କେବେ ଫେରିବ ଆଶା ଓ ଆଶଙ୍କାରେ ପ୍ରଶାନ୍ତଙ୍କ ପରିବାର। ନିଖୋଜ ପୁଅକୁ ଫେରି ପାଇବା ପାଇଁ ପରିବାରର ଲୋକେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ପ୍ରଶାନ୍ତ କାର୍ଯ୍ୟରେ ଯୋଗ ଦେଲେ କି ଅଧାବାଟରୁ ନିଖୋଜ ହୋଇଗଲେ ପରିବାରଙ୍କ ପାଖରେ ଆଜି ସୁଦ୍ଧା ସଠିକ ଖବର କିମ୍ବା ଉତ୍ତର ନାହିଁ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.